ପଦ୍ମପୁରରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ…

ପଦ୍ମପୁର (ସମୃଦ୍ଧ ଓଡିଶା) ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ ଗତ ପ୍ରାୟ ଦୁଇ ମାସ ହେଲା ଲକଡାଉନ ମାନୁଥିବା ବେଳେ ରାତିରେ ମୁଖ୍ୟତଃ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ଲୋକଙ୍କ ମଧ୍ୟରୁ କେହି ଭୋକିଲା ନ ରୁହନ୍ତୁ ଏହି ଉଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ତରଫରୁ ଗରିବ ଖଟିଖିଆ ତଥା ଦିନ ମଜୁରିଆଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ମୋଦି ଅନ୍ନର ନାମରେ ନାମିତ କରାଯାଇଛି । ପଦ୍ମପୁର ଭାରତୀୟ ଜନତା ପାର୍ଟି ତରଫରୁ ମଧ୍ୟ ପଦ୍ମପୁର ଉପଖଣ୍ଡ ଶାରଳା କୁମାରୀ ଉପଖଣ୍ଡ ଚିକିତ୍ସାଳୟ ନୂତନ କୋଠା ପାଖରେ ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଗତ ଦଶ ଦିନ ହେଲା ମାଗଣାରେ ମୋଦି ଅନ୍ନର ବ୍ୟବସ୍ଥା କରାଯାଇଛି । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ରୋଗୀ ମାନଙ୍କ ସମ୍ପର୍କୀୟଙ୍କୁ ଖାଇବାକୁ ଦେଇ ଅନ୍ତିମ ଦିନରେ ମୋଦି ଅନ୍ନର ବିତରଣ ଆରମ୍ଭ କରିଥିଲେ । ସାଧାରଣ ଜନତାଙ୍କ ହିତରେ କରାଯାଇଥିବା ଏହି ବ୍ୟବସ୍ଥାକୁ ପଦ୍ମପୁର ଜନସାଧାରଣ ସହୃଦୟେ ପ୍ରଶଂସା ଜଣାଇଥିବା ବେଳେ ଆରମ୍ଭ ହୋଇଥିବା ଦିନ ଠାରୁ ଲଗାତାର ଦଶ ଦିନ ଧରି ଆୟୋଜିତ ଏହି ଅନ୍ନ କୋଟରେ ପଦ୍ମପୁରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ତଥା ଜଣାଶୁଣା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଏହି ସମୟରେ ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚା ସଭାପତି ପ୍ରିତେଶ କୁମାର ବହିଦାର, ବିଜେପି ନେତା ଅଶୋକ ମିଶ୍ର, ଡା. ନାରାୟଣ ପୁରୋହିତ, ସରୋଜ ମିଶ୍ର, ଆଦିତ୍ୟ ରଥ, ଅରବିନ୍ଦ ପଟ୍ଟନାୟକ, ପ୍ରତାପ ନାଥ, ନରୋତ୍ତମ ପଧାନ, ନାରୀ ନେତ୍ରୀ ଜ୍ୟୋତ୍ସ୍ନା ରାଣୀ କର, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ଲଳିତ ମୋହନ ସାହୁ, ସେବକ ମେହେର, ହିତେଶ ଅଗ୍ରୱାଲ, ରାଜୀବ ବଗର୍ତ୍ତି, ଦୀପକ ବାରିକ, ନବ କିଶୋର କଣ୍ଟା, ଦିନେଶ ବାରିକ, ସୁରେଶ ସାହୁ, ନବକିଶୋର ମେହେର, ସୁରଜ ସୁନା, କାହ୍ନା ବାରିକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସହୃଦୟରେ ସହଯୋଗ କରିଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ