ପଦାମୃତ ନୃତ୍ୟୟନ ବାର୍ଷିକ ଉତ୍ସବ ଓ ନୃତ୍ୟ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲରେ ପଦାମୃତ ନୃତ୍ୟୟନ ବାର୍ଷିକ ଉତ୍ସବ ଓ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟ ସହ ଦେଶାତ୍ମବୋଧକ ଗୀତ, ପଦାମୃତ ନୃତ୍ୟୟନର ନୃତ୍ୟ ଶିଳ୍ପୀ ମାନେ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୁରସିଂ ଚରଣ ପଟ୍ଟନାୟକ, ପଦାମୃତ ନୃତ୍ୟୟନର ଉପ ସଭାପତି ତଥା ୩ନମ୍ବର ୱାର୍ଡ କାଉନ୍ସିଲର ଶ୍ରୀମତୀ ଖଗେଶ୍ୱରୀ ବେହେରା, ଗୁରୁ ରଘୁନାଥ ପାତ୍ର, ଅଧ୍ୟାପକ ନୁରସିଂହ ପ୍ରସାଦ ପଟନାୟକ ପ୍ରମୂଖ ଉପସ୍ଥିତି ଥିଲେ । ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ । ଏହି କାର୍ଯ୍ୟକ୍ରମଟି ପଦାମୃତ ନୃତ୍ୟୟନର ମୁଖ୍ୟ ଗୁରୁ ବିନ୍ଦୁପ୍ରିୟା ବେହେରା ଓ ଗୁରୁ ପ୍ରୀତିପ୍ରିୟା ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମଟି ସମ୍ପୁର୍ଣ୍ଣ ଚିତ୍ର ୟୁଟୁବରେ ପ୍ରସାରିତ ହେବ ବୋଲି ସୂଚନା ଦେଇଛନ୍ତି ନୃତ୍ୟୟନର ପରିଚାଳକ ଘନଶ୍ୟାମ ବେହେରା ଓ ସଂଯୁକ୍ତା ବେହେରା ।

ରିପୋର୍ଟ : କୃଷ୍ଣ କୁମାର ବେହେରା