ପଟଲାମପୁରରେ କରୋନା ଜନସଚେତନତା କାର୍ଯ୍ୟକ୍ରମ: ଲୋକଙ୍କୁ ବିଜେଡିର ମାକ୍ସ ବଣ୍ଟନ …

ଛତ୍ରପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳ ସଭାପତି ତଥା ରାଜ୍ୟ ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ଛତ୍ରପୁର ଓ ମୋ ପରିବାର ଆନୁକୂଲ୍ୟରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଟଲାମପୁର ପଞ୍ଚାୟତର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ ଅଧକ୍ଷ ଏମ ଧନଞ୍ଜୟ ରେଡି, ସରପଞ୍ଚ ପ୍ରତିନିଧି ରମେଶ ବାରିକ, ସମିତିସଭ୍ୟ ସୁକାନ୍ତ ନାହାକ, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରଭାସୀ ପ୍ରଧାନ ଓ ଯୁବନେତା ଶମ୍ଭୁ ସ୍ୱାଇଁ ଓ ସ୍ଥାନୀୟ ନେତୃମଣ୍ଡଳୀ  ଜନସାଧାରଣଙ୍କୁ ପାଞ୍ଚସୁତ୍ର ନିୟମ ପାଳନ କରିବା ଯଥା ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଇତ୍ୟାଦି ଉପରେ ସଚେତନ କରିଛନ୍ତି l ବର୍ତ୍ତମାନ ମହାମାରୀ କରୋନାର ଭୟାବହ ପରିସ୍ଥିତିରେ ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ କରୋନା ସଚେତନ ବାର୍ତ୍ତl – ସାମାଜିକ ଦୂରତ୍ବ ରକ୍ଷା କରିବା, ମାସ୍କ ପିନ୍ଧିବା, ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ, ଅତି ଜରୁରୀ ନଥିଲେ ଘରୁ ବାହାରକୁ ଯିବା ନାହିଁ,ଟୀକା ନ ଆସିବା ପର୍ଯ୍ୟନ୍ତ ମାସ୍କ ହିଁ ଆମର ସୁରକ୍ଷା କବଚ ,କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଅନୁରୋଧ ପ୍ଲାଜମା ଦାନ କରି ଅନ୍ୟ ରୋଗୀର ଜୀବନ ବଞ୍ଚାନ୍ତୁ, କରୋନା ସମୟରେ ଯେଉଁ ଲୋକମାନଙ୍କୁ ଭଗବାନ ଭଲରେ ରଖିଛନ୍ତି ଓ ରୋଜଗାର କରିବାର ଅଧିକ କ୍ଷମତା ଦେଇଛନ୍ତି, ସେହି ଲୋକ ମାନଙ୍କୁ ଅନୁରୋଧ ଦୁଃଖି, ଗରିବ, ଖଟିଖିଆ ଦିନ ମଜୁରିଆ ଓ ଅସହାୟ ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟର ହାତ ବଢ଼ାନ୍ତୁ- ଏହି ବାର୍ତ୍ତାକୁ ଘରେ ଘରେ ବୁଲି ଜନସାଧାରଣ ମାନଙ୍କୁ ସଚେତନ କରାଯାଇଅଛି।

ରିପୋର୍ଟ ; ନିମାଇଁ ଚରଣ ପଣ୍ଡା