ନେତୃତ୍ୱ ବିକାଶ ଓ ଶିକ୍ଷା ପ୍ରଯୁକ୍ତି ବିଦ୍ୟା ଦ୍ୱାରା ଉଚ୍ଚ ବିଦ୍ୟାଳୟରେ ଡିଜିଟାଲ କୌଶଳର ବ୍ୟବହାର ସମ୍ପର୍କିତ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କର୍ମଶାଳା ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ଏବଂ ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟ ତରଫରୁ  ନେତୃତ୍ୱ ବିକାଶ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ସମ୍ପର୍କିତ ଦଶ ଦିନ ବ୍ୟାପି ଦୁଇଟି ପଞ୍ଚଦିବସୀୟ କର୍ମଶାଳା ସ୍ଥାନୀୟ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ କୋଭିଡ଼ -୧୯ ନିୟମାବଳୀ ଅନୁପାଳନ କରି ଅନୁଷ୍ଠିତ ହୋଇଯାଇଛି l ପ୍ରଥମ କର୍ମଶାଳାରେ ୧୧ ଗୋଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୧୦ ଜଣ ପ୍ରଧାନଶିକ୍ଷୟିତ୍ରୀ, ପ୍ରଧାନ ଶିକ୍ଷକଙ୍କ ସମେତ ୪୦ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମିଶାଇ ମୋଟ ୫୦ଜଣ ପ୍ରଶିକ୍ଷାର୍ଥୀ ଅଂଶଗ୍ରହଣ କରି ସଫଳ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । ସେହିପରି ଦ୍ଵିତୀୟ କର୍ମଶାଳାରେ ଜିଲ୍ଲାର ୧୩ ଟି ୫ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୯ ଜଣ ପ୍ରଧାନ ଶିକ୍ଷକଙ୍କ ସମେତ ୩୧ ଜଣ ସହକାରୀ ଶିକ୍ଷୟିତ୍ରୀ ଓ ଶିକ୍ଷକମାନଙ୍କୁ ମିଶାଇ ମୋଟ ୪୦ ପ୍ରଶିକ୍ଷାର୍ଥୀ ଯୋଗଦେଇ ସଫଳ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ । ଉଭୟ କର୍ମଶାଳାର ପ୍ରଥମ ଦିନ ପ୍ରାତଃ ୭ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ମହୋଦୟା ଉକ୍ତ କର୍ମଶାଳା ଦ୍ୱୟକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରି କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ l ବର୍ତ୍ତମାନ ୫ଟି ଆନୁକୂଲ୍ୟରେ ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଯେଉଁ ସବୁ ସୁବିଧା ଗୁଡିକ ଉପଲବ୍ଧ ଅଛି ସେଗୁଡିକର ସୁଫଳ ପିଲା ମାନଙ୍କ ନିକଟରେ କିଭଳି ପହଂଚିବ, ସେ ସମ୍ପର୍କରେ ପ୍ରଧାନ ଶିକ୍ଷକ ତଥା ଅନ୍ୟ ଶିକ୍ଷକ ମାନେ ଯତ୍ନବାନ ହେବାକୁ ସେ ସୁପରାମର୍ଶ ଦେଇଥିଲେ l ପ୍ରଶିକ୍ଷକା ଓ ପ୍ରଶିକ୍ଷକଭାବେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ସସ୍ମିତା ସାହୁ, ଶତାୟୁ, ଅନୁଷ୍ଠାନ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ପ୍ରଧାନ ଶିକ୍ଷୟିତ୍ରୀ ଓ ଗଂଦିଆ ବ୍ଲକ ଶିକ୍ଷା ଅଧିକାରୀ  ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବ୍ରହ୍ମୋତ୍ରୀ ବିଶ୍ୱାଳ, ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର, ଲକ୍ଷ୍ମୀଧର ମ୍ୟୁନିସିପାଲିଟି ହାଇସ୍କୁଲର ଗଣିତ ଓ ବିଜ୍ଞାନ ଶିକ୍ଷକ ମୀନକେତନ ପରିଡା,  ତଥା କାଇମାଟି ଉଚ୍ଚ ବିଦ୍ୟାଳୟ ଓ ମାଣିପୁର ଉଚ୍ଚ ବିଦ୍ୟାଳୟ ଉଭୟର ଯୁଗ୍ମ ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷକ ରୋହିତ କୁମାର ରାଉତ ଓ ସପ୍ତଶଯ୍ୟା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ସନ୍ତୋଷ କୁମାର ସାହୁ ଯୋଗ ଦେଇ ନେତୃତ୍ୱ ବିକାଶ, ବ୍ୟକ୍ତିତ୍ୱ ବିକାଶ, ଆତ୍ମ ସଚେତନତା, ଶିକ୍ଷା ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗଦ୍ୱାରା ଡିଜିଟାଲ କୌଶଳର ସଫଳ ବ୍ୟବହାର, ସ୍ମାର୍ଟ ବିଦ୍ୟାଳୟର ସ୍ୱରୂପ ଆଦି ସମ୍ପର୍କରେ ବିଭିନ୍ନ ଦିନମାନଙ୍କରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସଫଳ ପ୍ରଶିକ୍ଷଣ ପ୍ରଦାନ କରିଥିଲେ lକର୍ମଶାଳାରେ ସମସ୍ତେ ସକ୍ରିୟ ଭାବେ ଅଂଶ ଗ୍ରହଣ କରି ଉତ୍ସାହର ସହ ଶିଖୁଥିଲେ ଓ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମ୍ପାଦିତ କରିଥିଲେ । ବିଦ୍ୟାଳୟ ମାନଙ୍କରେ ସଂଯୁକ୍ତ ହୋଇଥିବା ସ୍ମାର୍ଟ ପlନେଲ ବୋର୍ଡର ବିଭିନ୍ନ ବ୍ୟବହାର ଗୁଡିକ ରାଜ୍ୟ ପ୍ରଶିକ୍ଷଣ ପ୍ରାପ୍ତ ପ୍ରଜ୍ଞା ପାରମିତା ଦାସ, ଜିଲ୍ଲା ପ୍ରୋଗ୍ରାମର ଏମ. ଆଇ. ଏସ.(କାର୍ଯ୍ୟକ୍ରମ  ନିଷ୍ପାଦକ, ପରିଚାଳନା ସୂଚନା ବ୍ୟବସ୍ଥା), ପ୍ରିୟରଞ୍ଜନ ପଟ୍ଟନାୟକ, ଢେଙ୍କାନାଳ ସଦର ବ୍ଲକ, ପରିଚାଳନା ସୂଚନା ବ୍ୟବସ୍ଥା ଓ ଯୋଜନା ସଂଯୋଜକ, ପ୍ରଖ୍ୟାତ ବେନକ୍ୟୁ କମ୍ପାନୀର ମାର୍କେଟିଂ ମ୍ୟାନେଜର ତଥା ସ୍ମାର୍ଟ କ୍ଲାସ ଟ୍ରେନର(ସ୍ମାର୍ଟ ଶ୍ରେଣୀଗୃହ ପରିଚାଳନା ପ୍ରଶିକ୍ଷକ) ପାର୍ଥସାରଥୀ ପଟ୍ଟନାୟକ ଓ ଅନ୍ୟ ସହାୟକ ମାନେ ଶିଖାଇ ଥିଲେ lଉଭୟ କର୍ମଶାଳାର ଶେଷ ଦିନରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁ, ସମସ୍ତ ପ୍ରଶିକ୍ଷକ ପ୍ରଶିକ୍ଷିକାଙ୍କ ନେତୃତ୍ୱରେ ଅନ୍ୟତମ ସମ୍ମାନିତ ଅତିଥି  ଦରିୟାଲୀ ଗୋସ୍ୱାମୀ, ସଭ୍ୟା ପିରାମାଲ ଫାଉଣ୍ଡେସନ ଓ ‘ସାଥ ଇ ଟିମ’ଙ୍କ ଉପସ୍ଥିତିରେ  ସମସ୍ତ ପ୍ରଶିକ୍ଷାର୍ଥୀମାନେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ବୁଲି ଜ୍ଞାନ ଆହରଣ କରିଥିଲେ l ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ମୁଖ୍ୟ ପରିଚାଳକ ତଥା ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରି ମୋହନ ରାଉତ, ଜଣେ ଅଭିଜ୍ଞ ଲୋକପ୍ରିୟ ବିଜ୍ଞାନ ପ୍ରଚାରକ ଭାବରେ ସ୍ଵୀୟ ଅଭିଭାଷଣରେ ବିଜ୍ଞାନ ଭିତରେ ଲୁଚି ରହି ଥିବା ବୈଜ୍ଞାନିକ ତତ୍ତ୍ୱକୁ ଜାଣି ପାରିଲେ ତାହା ସହଜରେ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେବ ଓ ସମାଜ କଲ୍ୟାଣରେ ଲାଗିପାରିବ ବୋଲି  ଦୃଢ଼ ମତପୋଷଣ କରିଥିଲେ। ସେଠାରେ, ବିଜ୍ଞାନ ପରୀକ୍ଷଣ ଗୁଡିକ କିଭଳି ସହଜରେ ବିଦ୍ୟାଳୟ ସ୍ତରରେ କରାଯାଇପାରିବ ସେ ସମ୍ପର୍କରେ ଶ୍ରୀ ରାଉତ ବିଜ୍ଞାନର ବିଭିନ୍ନ ଚିତ୍ତାକର୍ଷକ ପରୀକ୍ଷଣ ଓ ସରଳ ବୋଧଗମ୍ୟ ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ । ଡ଼ା.ଦେବୀ ପ୍ରସାଦ ମିଶ୍ର, ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜ୍ଞାନ ଶିକ୍ଷକ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଏହି ବିଜ୍ଞାନ ଭିତ୍ତିକ ଚିତ୍ତାକର୍ଷକ କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟେକ କର୍ମଶାଳାର ଅନ୍ତିମ ଦିବସରେ ଢେଙ୍କାନାଳ ଜିଲ୍ଳା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସସ୍ମିତା ସାହୁଙ୍କ ସଭାପତିତ୍ୱରେ ଅନ୍ୟତମ ସମ୍ମାନିତ ଅତିଥି ଦରିୟାଲୀ ଗୋସ୍ୱାମୀ, ସଭ୍ୟା ପିରାମାଲ ଫାଉଣ୍ଡେସନ ଓ ‘ସାଥ ଇ ଟିମ’ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରିଣୀ ଶ୍ରୀମତୀ ନିବେଦିତା ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁନର୍ବାର ଶିକ୍ଷକ ମାନଙ୍କୁ ଅଧିକ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ପରାମର୍ଶ ଦେବା ସହିତ ପ୍ରତ୍ୟେକ ଜଣେ ଜଣେ ସଫଳ ବ୍ୟକ୍ତିତ୍ୱର ଅଧିକାରୀ ହେବାକୁ ଆହ୍ୱାନ ଦେଇଥିଲେ l ଏହାପରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ଶିକ୍ଷାଧିକାରିଣୀ ମହୋଦୟା ପ୍ରମାଣ ପତ୍ର ପ୍ରଦାନ କରିଥିଲେ l ପରିଶେଷରେ ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଓ ଗଂଦିଆ ବ୍ଲକ ଶିକ୍ଷା ଅଧିକାରୀ ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବ୍ରହ୍ମୋତ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ସସ୍ମିତା ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ଶୁଭଲକ୍ଷ୍ମୀ ସାହୁ, ଢେଙ୍କାନାଳ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ଶିକ୍ଷଣ ଶାସ୍ତ୍ର ସଂଯୋଜିକା ଓ ଏହି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ, ମିନତି ଦେହୁରୀ, ପ୍ରଧାନ ଶିକ୍ଷୟିତ୍ରୀ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ଓ ଏହାର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଦଶ ଦିନ ବ୍ୟାପି ଦୁଇଟି ପଞ୍ଚଦିବସୀୟ ପ୍ରଶିକ୍ଷଣ କର୍ମଶାଳାର ସଂଯୋଜନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ପ୍ରାପ୍ତ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଡ଼ା. ଦେବୀ ପ୍ରସାଦ ମିଶ୍ର ଜଣାଇଛନ୍ତି l