ନେତୁଆ ଆଦିବାସୀ ସାହିରେ ଜଳ ସଙ୍କଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ଆଦିବାସୀ ସାହିରେ ଥିବା ନଳକୂପଟି ଦୀର୍ଘଦିନ ଧରି ଅଚଳ ହୋଇ ପଡିଛି । ନଳକୂପର ପ୍ଳଟାଫର୍ମ ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବାରୁ ତାହା ଅଳ୍ପଦିନରେ ନଷ୍ଟ ହୋଇ ଯାଇଥିଲା । ପରେ ଭୂତଳ ଜଳସ୍ତର କମିଯିବାରୁ ପିଇବା ପାଣି ସମସ୍ୟା ବୃଦ୍ଧି ପାଇଛି । ସେହିପରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ପାଇପ୍‌ ପାଣି ପ୍ରକଳ୍ପଟିରୁ ମଧ୍ୟ ସ୍ୱଳ୍ପ ପାଣି ବାହାରୁଥିବାରୁ ସେଠାରେ ବସବାସ କରୁଥିବା ପ୍ରାୟ ୨୫୦ ଆଦିବାସୀ ପାଣି ପିଇବାରୁ ବଞ୍ଚିତ ହେଉଛନ୍ତି । ଏ ସଂପର୍କରେ ସୁନିଆ ମୁର୍ମୁ, ସମରାଇ ମୁର୍ମୁ, ବଦେନ ମୁର୍ମୁ, ଟେଉଁ ମୁର୍ମୁ, କାଳିଚରଣ ମୁର୍ମୁ, ସାନିଆ ମୁର୍ମୁ, ସୁମିତ୍ରା ମୁମୁ ଓ ସୁମୀ ଟୁଡୁ ୩ ମାସ ପୂର୍ବରୁ ଏ ସଂପର୍କରେ ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।