ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏହି ଅବସରରେ କମାପଲ୍ଲୀ ଛକ ଠାରୁ ଜାତୀୟ ପତାକା ଧରି ପଦଯାତ୍ରାରେ ବାହାରି ସ୍ଥାନୀୟ ପିଭିଏନ ରାଓ ଛକ ଠାରେ ପହଞ୍ଚି ନେତାଜୀ ସୁବାଷ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଓଡିଶା ମାଟିର ଦୁଇ ଗୋଟି ଲଢୁଆ ପୁଅଙ୍କୁ ଭାରତ ମାତାର ସ୍ୱାଧୀନ ପାଇଁ ଜନ୍ମ ଦେଇଥିଲା, ବୀର ସୁରେନ୍ଦ୍ର ସାଏ ଓ ସୁବାଷ ବୋଷ, ଏହି ଦୁହିଁଙ୍କ ଜନ୍ମଦିନରେ ଭାରତ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା କୋଟି କୋଟି ନମସ୍କାର ଜଣାଉଛି । ତାଙ୍କର ମହାନ ତ୍ୟାଗ ଓ ଦେଶ ଭକ୍ତି ଚିନ୍ତାଧାରା ଆଶ୍ରିବାଦ ରୂପେ ଆମ୍ଭମାନଙ୍କୁ ପ୍ରେରଣା ଦିଅନ୍ତୁ, ଏଥିରେ ଜିଲ୍ଲା ଉପସଭାପତି ରାମ କୁମାର ପାତ୍ର, କାଁହୁ ଚରଣ ପତି, ଡ଼ଃ ସୁବାଷ ସାହୁ, ପ୍ରଭାତ କିରଣ ଷଡ଼ଙ୍ଗୀ, ସମାଜ ସେବୀ ପ୍ରହଲ୍ଲାଦ ପାଣିଗ୍ରାହୀ, କୃଷ୍ଣ ଚୌଧୁରୀ, ଅଶୋକ ନିମାଇଁ, ରାଜ କିଶୋର ପାତ୍ର, ଭାବଗ୍ରାହୀ ପାଳ, କେ. ରବି ରାଓ, ଗୌରୀ ଶଙ୍କର ମହାନ୍ତି, ଟୁନା ନାୟକ, ଜୟରାମ ରାଉତ, ରାମ ଚନ୍ଦ୍ର ବେହେରା, ସିରିଡ଼ି ବିକ୍ରମ, ପ୍ରେମସିଳା ନନ୍ଦଙ୍କ ସମେତ ବିଜେପିର ବହୁ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା