ନେତାଜୀ ଓ ବିର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ କେଶପୁରାରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୧ ୟୁନିଟ୍ ରକ୍ତ ସଂଗ୍ରହ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନେତାଜୀ ଜୟନ୍ତୀ, ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆଜି ଜଳେଶ୍ୱର ବ୍ଲକ ପାଇକସିଦା ପଞ୍ଚାୟତର କେଶପୁରା ଯୁବକ ସଂଘ ଓ ୟୁଥ ସୋସିଆଲ ୱାର୍କାର ଟିମ, ବାଘମାରି, ରାୟାରାମଚନ୍ଦ୍ରପୁର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମ୍ବାଦ- ଆମ ଓଡ଼ିଶା ଓ ଜିଲ୍ଲା ରକ୍ତଦାତା ସଂଘ ମିଳିତ ସହଯୋଗରେ କେଶପୁରା ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଯୁବକ ସଂଘ ପକ୍ଷରୁ ବରେନ୍ଦ୍ର ରଣା ଓ ସୁଦୀପ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଶିବିରକୁ ଓଡ଼ିଶା ରକ୍ତ କେନ୍ଦ୍ର ବାଲେଶ୍ଵରର ଡାକ୍ତର ପ୍ରଶାନ୍ତ କୁମାର ଦାଶ ଉଦଘାଟନ କରିଥିଲେ । ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ କୁମାର ଚକ୍ରବର୍ତ୍ତୀ, ରକ୍ତଦାତା ସଂଘର ସାଙ୍ଗଠନିକ ସମ୍ପାଦକ ମନୋରଞ୍ଜନ ଦାସ, ଆମ ଓଡ଼ିଶା ସଂଯୋଜକ ଲକ୍ଷ୍ମୀଧର ବାରିକ ଓ ଶିକ୍ଷକ ଅଜୟ କୁମାର ଧଳ ଅତିଥି ଭାବେ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଯୁବକ ସଂଘର ବିଶ୍ଵଜିତ ସେଠି, ବାବୁ ଚରଣ ଜେନା, ବିଶ୍ୱଜିତ ସେଠି, ଜିତେନ୍ଦ୍ର ବେହେରା, ଶ୍ରିକାନ୍ତ ସେଠି, ଦୀପ ଶଙ୍କର ସେଠି, ସଞ୍ଜୟ ବେହେରା, ସୁନିଲ ଦଳାଇ, ସୂର୍ଯ୍ୟକାନ୍ତ ଜେନା, ନିମାୟ ଚରଣ ଦାସ, ଧନୁଞ୍ଜୟ ବେହେରା, ସୁବ୍ରତ ପାତ୍ର ଓ ଜଗନ୍ନାଥ ସେଠି ପ୍ରମୁଖ ଏବଂ ୟୁଥ ୱାର୍କର ଟିମର ଅରବିନ୍ଦ ସାହୁ, ସତ୍ୟବ୍ରତ ପ୍ରଧାନ, ଜଗବନ୍ଧୁ ଜେନା, ମିତା ରାଣୀ ସାଶମଲ୍, ଶୁଭ୍ରଜ୍ୟୋତି ସାହୁ, ରାମଜିତ ଟୁଡୁ ଓ ବଙ୍କିମ ଚରଣ ସାହୁ ପ୍ରମୁଖ ଯୁବଗୋଷ୍ଠୀମାନେ ଶିବିରକୁ ପରିଚାଳନା କରିଥିଲେ । ଶିବିରରୁ ମୋଟ ୩୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ଡାକ୍ତର ପ୍ରଶାନ୍ତ କୁମାର ଦାଶ, ଟେକ୍ନିସିଆନ ବସନ୍ତ କୁମାର ଜେନା, କୁମାରୀ ସବନମ ଦାସ, ଅଜୟ କୁମାର ମହାପାତ୍ର ଓ ବିଦ୍ୟାଧର ସାହୁ ପ୍ରମୁଖ ସ୍ୱାସ୍ଥ୍ୟ କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ । 

ରିପୋର୍ଟ : ଭୂପତି ପରିଡା