ନୂଆ ବର୍ଷର ଭେଟି : ଜିକେ ଭଟ୍ଟର ହସ୍ପିଟାଲରେ ବନ୍ଦ ହେଲେ ହେଲ୍ପ ଡେସ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୧୪ବର୍ଷ ଧରି ଜଳେଶ୍ୱରସ୍ଥିତ ଜିକେଭଟ୍ଟର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟକରି ଆସୁଥିବା ହେଲ୍ପ ଡେସ୍କ ନୂଆବର୍ଷ ଅବସରରେ ବନ୍ଦ ହୋଇ ଯାଇଛି । ୨୦୦୭ ମସିହାରେ ସର୍ଭିସ୍ ପ୍ରଭାଇଡର ନାମକ ଏକ ସଂସ୍ଥା ୪ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ହେଲ୍ପଡେସ୍କ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଉତ୍ତର ବାଲେଶ୍ୱରର ରେଫେରାଲ ୟୁନିଟ୍ ହୋଇଥିବାରୁ ଓଡିଶା ଓ ପଶ୍ଚିମବଂଗର ବିଭିନ୍ନ ଗ୍ରାମାଂଚଳ ଡାକ୍ତରଖାନାରୁ ଏଠାକୁ ଚିକିତ୍ସାଲାଗି ଆସୁଥାନ୍ତି । ୨୪ ଘଣ୍ଟିଆ ଫୋନ୍ ବ୍ୟବସ୍ଥା, ରୋଗୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦେବା, ଚିକିତ୍ସାଳୟରେ ରୋଗୀଙ୍କୁ ସହାୟତା କରିବା, ଏପରିକି ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସହଯୋଗ ଯୋଗାଇବା ଏବଂ ଜରୁରୀ ଘଟଣାରେ ହସ୍ତକ୍ଷେପ କରିବା ଇତ୍ୟାଦି ଏହି କର୍ମଚାରୀମାନେ କରିଆସୁଥିଲେ । ପରେ ଏନ୍‌ଆର୍‌ଏଚ୍‌ଏମ୍ ପକ୍ଷରୁ ଏହି କମୟଚାରୀମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ଦେଇ କାର୍ଯ୍ୟରେ ନିୟୋଜିତ କରାଯାଇ ଆସୁଥିଲା । କର୍ମଚାରୀମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ମହିଳା ଅନ୍ୟଜଣେ ବିଧବା କାର୍ଯ୍ୟ କରିଆସୁଥିଲେ । ୨ ଦିନ ଧରି ସେମାନଙ୍କ ଅନୁପସ୍ଥିତି ଚିକିତ୍ସାଲାଗି ଆସୁଥିବା ରୋଗୀମାନେ ହୃଦ୍‌ବୋଧ କଲେଣି । ଅନ୍ୟପକ୍ଷରେ ସ୍ୱଳ୍ପ ପାରିଶ୍ରମିକ ହେଲେ ମଧ୍ୟ ୪ଜଣ କର୍ମଚାରୀ ଏଥିରେ ପରିବାର ପ୍ରତିପୋଷଣ କରିଆସୁଥିଲେ । ଜଳେଶ୍ୱର ବ୍ୟତିତି ବସ୍ତା, ସୋରରେ ମଧ୍ୟ ଏପରି କର୍ମଚାରୀମାନେ କାର୍ଯ୍ୟ; କରିଆସୁଥିଲେ । ଏ ସମସ୍ତ ସ୍ଥାନରେ ହେଳ୍ପ ଡେକ୍ସ ବନ୍ଦ ହୋଇଥିବାରୁ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି । ରୋଗୀଙ୍କୁ ସହାୟତା କରିବାଲାଗି ହେଲ୍ପଡେକ୍ସ ପୁନଃ କାର୍ଯ୍ୟକ୍ଷମ ଲାଗି ସାଧାରଣରେ ଦାବି ହେଉଛି

ରିପୋର୍ଟ : ଭୂପତି ପରିଡା