ନୂଆଦିଲ୍ଲୀରେ ଓଡିଶା ମହିଳା ବକ୍ସିଂ ଦଳକୁ ସମ୍ବର୍ଦ୍ଧନା ଜଣାଇଲେ କଂଗ୍ରେସ ନେତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଞ୍ଚମ ଏଲିଟ ସିନିଅର ଓମେନ ବକ୍ସି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ହରିୟାଣାର ହିସାର ଯାତ୍ରା କରୁଥିବା ଓଡିଶା ମହିଳା ବକ୍ସିଂ ଟିମକୁ ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ ବୁଧବାର ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ପ୍ରତିଯୋଗୀତାରେ ସମସ୍ତ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରି ରାଜ୍ୟକୁ ମେଡାଲ ଆଣିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ହିସାରର ସେଣ୍ଟ ଯୋଶେଫ ସ୍କୁଲରେ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗୀତାରେ ଓଡିଶା ବକ୍ସି ଟିମର କୋଚ ଶିବରାମ ପାତ୍ରକଂ ନେତୃତ୍ବରେ ମୋଟ ୯ ଜଣ ବକ୍ସର ଅନିଶା ପାଣିଗ୍ରାହୀ, ସୋନାଲି ପ୍ରଧାନ, ପ୍ଲିଜାଲିନ ତରାଇ, ପ୍ରଣତି ପ୍ରଧାନ, ନିବେଦିତା ସ୍ୱାଇଁ, ଭବାନୀ ବାରିକ, ଶୁଭଦ୍ରା ସିଂ, ସନ୍ଧ୍ୟାରାଣୀ ଦାସ ଓ ରେଣୁ ମହାପାତ୍ର ଯୋଗ ଦେଉଛନ୍ତି । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ଅଂଚଳରୁ ମୋଟ ୩୩ ଟିମ ଅଂଶଗ୍ରହଣ କରିବେ ବୋଲି ଜଣାପଡିଛି । ଟିମ ଏହି ଗସ୍ତର ସଫଳତା ନେଇ ଜାତୀୟ ବକ୍ସିଂ ରେଫରୀ ଶିଶିର ପାଣିଗ୍ରାହୀ ଓ ଆନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା ପ୍ରମୁଖ ବେଶ ଆଶାବାଦୀ ଅଛନ୍ତି ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା