ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥ, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, ଓଲିଉଡ଼ ସିନେ ଅଭିନେତ୍ରୀ ମାମା ସାମଲ ଓ ଅଭିନେତା ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଆନ୍ତର୍ଜାଜାତିକ ମହିଳା ଦିବସ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ତର ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତା ପ୍ରଫେସର ସୃତିସୁଧା ନାୟକ, ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନିଙ୍କ ସହିତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।