ନିଷ୍ଟ ଇଞ୍ଜିନିୟରିଂ କଲେଜର ଏନ୍ଏସ୍ଏସ୍ ର ରକ୍ତଦାନ ଶିବିର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି NIST ଇଞ୍ଜିନିୟରିଂ କଲେଜର ଏନ୍ ଏସ୍ ଏସ୍ ତରଫରୁ କଲେଜ କ୍ୟାମ୍ପସରେ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା ।ରକ୍ତଭଣ୍ଡାରରେ ରକ୍ତ କମ୍ ଥିବା ସମ୍ବାଦପତ୍ରରୁ ଜାଣିଲା ପରେ ଏନ୍ ଏସ୍ ଏସ୍ ର ଦୁଇଗୋଟି ୟୁନିଟ୍ ରେ ସମସ୍ତ ସ୍ଵେଚ୍ଛାସେବୀଙ୍କ ପ୍ରୟାସରେ ଏକ ସହରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଗଲା । ଏହି ରକ୍ତଦାନ ଶିବିରକୁ ନିଷ୍ଟର ଚେୟାରମ୍ୟାନ ଡକ୍ଟର ସୁକାନ୍ତ କିଶୋର ମହାପାତ୍ର ଉଦଘାଟନ କରିଥିଲେ । ଏନ୍ଏସ୍ଏସ୍ ୟୁନିଟ୍ ର କାର୍ଯ୍ୟକ୍ରମ ଅଧିକାରୀ ଶିବ ପ୍ରସାଦ ତ୍ରିପାଠୀ ଏବଂ ଶ୍ରୀମତୀ ପ୍ରଦୀପ୍ତା ବିଶ୍ଵାଳଙ୍କ ମାର୍ଗଦର୍ଶନରେ ଏବଂ ପ୍ରୋଫେସର ସରୋଜ ପାଢୀ, ପ୍ରୋଫେସର ପ୍ରଦୀପ ଜେନା, ଡକ୍ଟର ପ୍ରଦ୍ୟୁମ୍ନ ପାତ୍ର, ଡକ୍ଟର ସୁଶାନ୍ତ କୁମାର ସାହୁ, ଡକ୍ଟର ମାନବେନ୍ଦ୍ର ପାତ୍ର, ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ରେ କ୍ୟାପଟେନ ପ୍ରିୟଙ୍କା ପ୍ରତିହାରୀ ଏବଂ ଗୌରବ କୁମାର ସଂଯୋଜନା କରିଥିଲେ । ୟାବନିକା ଏବଂ ନିଖିଲ କୁମାର ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ କରିବା ପାଇଁ NISTର ଚେୟାରମ୍ୟାନ ଡକ୍ଟର ସୁକାନ୍ତ କିଶୋର ମହାପାତ୍ର, ରେଜିଷ୍ଟ୍ରାର କ୍ଷୀରୋଦ ମହାପାତ୍ର ଏବଂ ଅଧ୍ୟକ୍ଷ ଡକ୍ଟର ପ୍ରିୟଦର୍ଶୀ ତ୍ରିପାଠୀ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ: ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା