ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ତୃତୀୟ ସ୍ଵନକ୍ଷତ୍ର ଦିବସ, ରଜପର୍ବ ପାଳନ, ନିଶିଗନ୍ଧା ୱେବ୍ସାଇଟି, ପୁସ୍ତକ, ନିଶିଗନ୍ଧା ରେଡ଼ିଓ ଓ ନିଶିଗନ୍ଧା ଖବର ଲୋକାର୍ପଣ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟର ତଥା ନିଶିଗନ୍ଧା ପରିବାରର ଅଭାସୀ ସ୍ଵନକ୍ଷତ୍ର ଉତ୍ସବ ଡିଜିଟାଲ ଗୁଗୁଲ୍ ମିଟ ଜରିଆରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ବଳରାମ ତରାଇଙ୍କ ନେତୃତ୍ୱରେ କୋଭିଡ-୧୯ ନିୟମାବଳୀ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସଭାପତି ଡ଼ଃ.ରଜନୀ ରଞ୍ଜନ ଦାସ ପୌରହିତ୍ୟ କରିଥିଲେ । କରୋନା ମହାମାରୀ ପ୍ରଭାବ ପାଇଁ ଅନୁଷ୍ଠାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସମ୍ପାଦିକା ସରସ୍ୱତୀ ନାୟକ ଓ ମାର୍ଗଦର୍ଶକ ତଥା ପୂର୍ବତନ ସାଂସଦ, କବି ଡ଼ଃ. ପ୍ରସନ୍ନ ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଶିଗନ୍ଧାର ପଥପ୍ରଦର୍ଶକ ପଦ୍ମନାଭ ତ୍ରିପାଠୀ ଅନୁଷ୍ଠାନର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ସୂଚନା ଦେଇଥିଲେ ଏବଂ ଡ଼ଃ.ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା ଏବଂ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସର୍ବପ୍ରଥମେ ପଣ୍ଡିତ ନାରାୟଣ ରଥଙ୍କ ଦ୍ୱାରା ଏକ ଜଗନ୍ନାଥଙ୍କ ଭଜନ ପରିବେଷଣ କରାଯାଇଥିଲା । ଏହାପରେ ନିଶିଗନ୍ଧା ସ୍ୱାଗତ ସଂଗୀତ ଗଗନ ବିହାରୀ ସ୍ୱାଇଁ ପରିବେଷଣ କରିଥିଲେ । ଏହି ସ୍ଵନକ୍ଷତ୍ର ଉତ୍ସବରେ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ନିଶିଗନ୍ଧା ଖବର କାଗଜ, ପୁସ୍ତକ, ନିଶିଗନ୍ଧା ରେଡିଓ ଓ ୱେବସାଇଟ ଉଦଘାଟନ ଓ ଲୋକାର୍ପଣ କରିଥିଲେ । ଇତି ମଧ୍ୟରେ ନିଶିଗନ୍ଧା ପରିବାର ମୁଖ୍ୟ ସମ୍ପାଦିକା, ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଓ ନିଶିଗନ୍ଧା ଖବରର ସବ ଏଡିଟର ସରସ୍ୱତୀ ନାୟକ ଅନୁଷ୍ଠାନର ସମ୍ପାଦକ ବିବରଣୀ ପାଠ କରିଥିଲେ । ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ପରିବାରର ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ ଅନୁଷ୍ଠାନ ଆଗାମୀ ଦିନରେ କିପରି ବିଭିନ୍ନ ପ୍ରକାର ସାମାଜିକ ଓ ସାହିତ୍ୟ କ୍ଷେତ୍ରରେ କାମ କରିବ ସେ ସମ୍ପର୍କରେ ସୁବିସ୍ତୃତ ଆଲୋଚନା କରିଥିଲେ । ଏହି ଉତ୍ସବରେ ନିଶିଗନ୍ଧା ପର୍ଯ୍ୟବେକ୍ଷକ ଡା. ଦେବୀପ୍ରସାଦ ମିଶ୍ର, ଉପସଭାପତି ଆଡ଼ଭୋକେଟ ଚିତ୍ତରଞ୍ଜନ ନନ୍ଦ, ରାଜ୍ୟ ସହ-ସଂଯୋଜକ ସାହିତ୍ୟିକ ତଥା କବି ତ୍ରିନାଥ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ସାହୁ, ଡ଼ଃ.ନୀଳାଦ୍ରୀନାଥ ଜଗଦେବ, ରତି ନାରାୟଣ ରାଉତ, ସହ ସମ୍ପାଦକ ଜମ୍ବେଶ୍ୱର ଦଳାଇ, ଗଣେଶ ଚନ୍ଦ୍ର ଜେନା, ଗାଳ୍ପିକ ତଥା ନୂଆପଡା ଓଟିଭିର ସାମ୍ବାଦିକ ମାୟାଧର ସରାଫ, ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ଼ଃ. ଶିବପ୍ରିୟା ମିଶ୍ର, ରାଜ୍ୟ ବିଚାରକ କୈଳାଶ ଚନ୍ଦ୍ର ପଟ୍ଟନାୟକ, ପୃଷ୍ଠପୋଷକ ଅର୍ଚ୍ଚନା ଦାସ, ମଧୁସୂଦନ ମିଶ୍ର,ଚନ୍ଦ୍ରଭାନୁ ବେହେରା, କାର୍ଯ୍ୟକାରୀ ସମ୍ପାଦକ ଗୋଦାବରୀଶ ଦାସ, ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ନିରୋଦ ଜେନା, ଅବସରପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନା, ଅବସରପ୍ରାପ୍ତ ଶିକ୍ଷକ ବିରଞ୍ଚି ନାରାୟଣ ତ୍ରିପାଠୀ, ସୁଦୀପ୍ତା ବିଶ୍ୱାଳ, ରମାକାନ୍ତ ମହାଲି ପ୍ରମୁଖ ଯୋଗଦାନ କରିଥିଲେ । ପରିଶେଷରେ ନିଶିଗନ୍ଧାର ମୁଖପାତ୍ର ଜ୍ୟୋତିରଞ୍ଜନ ଦାସ, ଅନୁସୂୟା ଦେବତା ଏବଂ ଯୁଧିଷ୍ଠିର ମୁଦୁଲି ପ୍ରମୁଖ ଉପସ୍ଥିତ ସମସ୍ତ ବିଶିଷ୍ଟ ଅତିଥି ଓ ଅଂଶ ଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିଶିଗନ୍ଧାର ସ୍ଵନକ୍ଷତ୍ର ଉତ୍ସବରେ ଏକ କବିତା ଆସର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଓ ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ସଦସ୍ୟା, ଶତାଧିକ କବି ଏବଂ କବିୟତ୍ରୀ ଯୋଗ ଦେଇ ଏହି ସାରସ୍ୱତ ସେବା କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।