ନିଶିଗନ୍ଧାର ତୃତୀୟ ସ୍ୱନକ୍ଷତ୍ର ଉତ୍ସବର ଦ୍ୱିତୀୟ ଦିବସର ଅଭାସୀ ପ୍ରଥମ ଅଧିବେଶନ ଗୁଗୁଲ ମିଟରେ ଅନୁଷ୍ଠିତ…

ଢେଙ୍କାନାଳ (ସମୃଦ୍ଧ ଓଡିଶ) କରୋନା କଟକଣାକୁ ଅନୁପାଳନ ପୂର୍ବକ ଓଡ଼ିଶାର ନୂଆ ଦିଗନ୍ତ ତଥା ଅଗ୍ରଣୀ ଭାଷା ପ୍ରତିଷ୍ଠାନ କୋଟି ଓଡ଼ିଆଙ୍କ ମୌଡ଼ମଣୀ ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ତୃତୀୟ ସ୍ୱ ନକ୍ଷତ୍ର ଉତ୍ସବର ଦ୍ୱିତୀୟ ଦିବସର ଅଭାସୀ ପ୍ରଥମ ଅଧିବେଶନ ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପାଇଁ ଓଡିଶା ମାଟିର ନବଦିଗନ୍ତ ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ହୋଇଥିଲେ । ନିଶିଗନ୍ଧାର ପଥପ୍ରଦର୍ଶକ ତଥା ଯୋଗଜନ୍ମା ପଦ୍ମନାଭ ତ୍ରିପାଠୀ ଉପସ୍ଥିତି ଥିଲେ । ତତସହିତ ଉପସ୍ଥିତ ଥିଲେ ଓଡିଶା ମାଟିର ଯୁଗପୁରୁଷ ପ୍ରଫେସର ଡକ୍ଟର ପ୍ରସନ୍ନ ପାଟଶାଣୀ, ନିଶିଗନ୍ଧାର ପ୍ରତିଷ୍ଠାତା ବଳରାମ ତରାଇ, ଅନୁଷ୍ଠାନର ଶୁଭ ଚିନ୍ତକ ତଥା ସଭାପତି ଡକ୍ଟର ରଜନୀ ରଂଜନ ଦାସ, ଉପସଭାପତି ଆଇନଜୀବୀ ଚିତ୍ତରଞ୍ଜନ ନନ୍ଦ, ସମ୍ପାଦିକା ସରସ୍ୱତୀ ମହୋଦୟା, ମୁଖ୍ୟ ପୃଷ୍ଠ ପୋଷାକ କରୁଣାକର ମଲ୍ଲିକ, ପର୍ଯ୍ୟବେକ୍ଷକ ଡକ୍ଟର ଦେବୀ ପ୍ରସାଦ ମିଶ୍ର । ଏହି ଆଲୋଚନାରେ ପ୍ରସଙ୍ଗ ଥିଲା “କୋର୍ଟ କଚେରୀ ଏବଂ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆ ଭାଷାର ପ୍ରୟୋଗର ଆବଶ୍ୟକତା” । ଏହି ପ୍ରସଙ୍ଗକୁ ଅଧିକ ଆଲୋଚନା କରିବା ପାଇଁ ଉପସ୍ଥିତ ଥିଲେ ପଂଚାନନ କାନୁନଗୋ-ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥନୀତିଜ୍ଞ, ବିଶିଷ୍ଟ ଅତିଥି ଡକ୍ଟର ମୃତଞ୍ଜୟ ରଥ ଇଂରାଜୀ ଅଧ୍ୟାପକ, ପ୍ରାଧ୍ୟାପକ ଡ଼ଃ.ନଟବର ଶତପଥୀ, ଅଵସର ପ୍ରାପ୍ତ ପ୍ରଫେସର ଓଡ଼ିଆ ବିଭାଗ, ଉପସ୍ଥିତ ଥିଲେ ପ୍ରଫେସର ଡକ୍ଟର ବସନ୍ତ କୁମାର ପଣ୍ଡା-ନିର୍ଦ୍ଦେଶକ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର, ଡକ୍ଟର ସୁବ୍ରତ କୁମାର ପୃଷ୍ଟି, ସଚିବ ଓଡ଼ିଆ ଅଧ୍ୟୟନ ଗବେଷଣା ସଂସ୍ଥା-ମୁଖ୍ୟ ବକ୍ତା ଭାବେ ଆସରକୁ ସରଗରମ କରିବା ସହିତ ଓଡ଼ିଆ ଭାଷାର ଗରୁତ୍ବ ସମ୍ପର୍କରେ ବଳିଷ୍ଠ ଯୁକ୍ତି ବାଢିଥିଲେ । ଆମେ ଯଦି ଓଡ଼ିଆ ତେବେ ଏହାକୁ ଆମକୁ ପ୍ରମାଣିତ କରିବାକୁ ହେବ ବୋଲି ଦୃଢ଼ ଉକ୍ତି ଉପସ୍ଥାପନ କରିଥିଲେ । ନିଶିଗନ୍ଧାର ଆଭିମୁଖ୍ୟକୁ ସମସ୍ତେ ସ୍ୱାଗତ କରିବା ସହିତ ନିଶିଗନ୍ଧାର ସ୍ଵପ୍ନ ନିଶ୍ଚିତ ସାକାର ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ଏହାର ଯଥାର୍ଥତା ପ୍ରତିପାଦନ କରିଥିଲେ । ସମ୍ମାନୀତ ଅତିଥି ତଥା ମଞ୍ଚ ପରିଚାଳନା ଦାୟିତ୍ୱରେ ବିମଣ୍ଡିତ ହୋଇ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ଓ ପଦ୍ମନାଭ ତ୍ରିପାଠୀ ଅତ୍ୟନ୍ତ ସୁନ୍ଦର ଭାବରେ ସଭା କାର୍ଯ୍ୟ ସଂଯୋଜନା ଓ ସୁପରିଚାଳନା କରିଥିଲେ । ଏହି ବୈଠକରେ ନିଶିଗନ୍ଧାର ରାଜ୍ୟସ୍ତରୀୟ କର୍ମକର୍ତ୍ତା ତଥା ଜୋନ ସ୍ତରୀୟ କର୍ମକର୍ତ୍ତା,ତତସହିତ ଓଡିଶାର କୋଣ ଅନୁକୋଣରୁ ଶତାଧିକ ଓଡ଼ିଆ ପ୍ରେମୀ, କବି, କବୟିତ୍ରୀ, ନିଶିଗନ୍ଧା ପରିବାରର ସମସ୍ତ ସଦସ୍ୟ ସଦସ୍ୟାମାନେ ଯୋଗଦାନ କରି ଅଭାସୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ । ପରିଶେଷରେ ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲି, ଅନୁସୟା ଦେବତା, ଜ୍ୟୋତିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।