ନିର୍ବାଚନ ମଣ୍ଡଳୀ ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଲାଗି ନିଷ୍ପତ୍ତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ସ୍ୱପ୍ନେସ୍ୱର ଓ ପଶ୍ଚିମବାର୍ଡ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅଦ୍ୟାବଧି ହୋଇନଥିବାରୁ ଅତିଶୀଘ୍ର ହେବାଲାଗି ଆଜି ଏକ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି ଅଧ୍ୟକ୍ଷତା କରି ସାଂଗଠନିକ ଦୃଢତା ସଂପର୍କରେ ଆଲୋଚନା କରିଥିଲେ । ସ୍ୱପ୍ନେଶ୍ୱର ମଣ୍ଡଳର ସଭାପତି ତପନ ବିଶ୍ୱାଳ ଓ ପଶ୍ଚିମବାର୍ଡ ମଣ୍ଡଳର ସଭାପତି ପ୍ରତାପ ସେନାପତି, କାର୍ଯ୍ୟକାରିଣୀ ବୈଠକ ସଂପର୍କରେ ସୁଚିନ୍ତିତ ମତାମତ ରଖିଥିଲେ । ସଂଗଠନକୁ ମଜବୁତ୍ କରିବା ଓ ଲୋକଙ୍କ ସମସ୍ୟା ସହିତ ଜଡିତ ରହିବା ଲାଗି ଏପରି ବୈଠକର ଆବଶ୍ୟକତା ସଂପର୍କରେ ଉପସ୍ଥିତ କର୍ମୀମାନେ ମତାମତ ରଖିଥିଲେ । ସୁବର୍ଣ୍ଣରେଖା ମଣ୍ଡଳର ସଭାପତି ପ୍ରଣବ କୁମାର ପଣ୍ଡା, ରାଇବଣିଆ ମଣ୍ଡଳର ସଭାପତି ମନୋଜ ସାସମଲ, ଯୁବନେତା ସିଦ୍ଧାର୍ଥ ଶଂକର ପାଳ, ପୂର୍ବତନ ପଚାଂୟତ ସମିତି ଅଧ୍ୟକ୍ଷ ଅଭିଜିତ୍ ପ୍ରଧାନ, ପୂର୍ବତନ ଜିଲାପରିଷଦ ସଦସ୍ୟ ଧ୍ରୁବଚରଣ ପାଳ, ଅଶୋକ ପରିଡା, ବିଦ୍ୟାଧର ବେହେରା, ଜତିନ୍ଦ୍ର ସେନାପତି, ଦିବ୍ୟକାନ୍ତ ମହାନ୍ତି, କରୁଣାକର ଭୂୟାଁ, ବ୍ରଜବଲ୍ଲଭ ସାହୁ, ଦୀପକ ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା