ନିଖିଳ ଓଡିଶା ଅଙ୍ଗନବାଡି ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଭିନ୍ନ ଦାବୀ ନେଇ ଏଆଇଟିୟୁସି ଅନୁବନ୍ଧିତ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି । ଅଙ୍ଗନବାଡି କେନ୍ଦ୍ରରେ ଗ୍ୟାସ୍ ସଂଯୋଗ ପାଇଁ କେନ୍ଦ୍ର ପ୍ରତି ପାଞ୍ଚ ହଜାର ଟଙ୍କା ଲେଖାଏଁ ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଗତ ୨୭.୧.୨୦୨୧ ତାରିଖରେ ଅନୁଦାନ ପ୍ରତ୍ୟେକ ଜିଲ୍ଲାକୁ ପଠାଯାଇଥିଲା । କିନ୍ତୁ ଗଂଜାମ ଜିଲ୍ଲାରେ ଏହାର ବ୍ୟତିକ୍ରମ ହେଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲାରେ ପାଞ୍ଚ ଲିଟର ଦୁଇଟି ଗ୍ୟାସ୍ ସିଲିଣ୍ଡର ସହ ଗୋଟିଏ ଚୂଲା ଜିଲ୍ଲା ଅଫିସ ପକ୍ଷରୁ ନେବା ପାଇଁ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟ କରାଯାଉଛି । ପ୍ରକାଶ ଥାଉକି ୧୪.୫ ଲିଟର ଗୋଟିଏ ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସରଞ୍ଜାମ ସହ ଯଥା ରେଗୁଲେଟର, ଗ୍ୟାସ ପାଇପ ଓ ଡବଲ ଚୂଲା ହୋଇପାରିବ ଏବଂ ଅଙ୍ଗନବାଡି କେନ୍ଦ୍ର ନାମରେ ଗ୍ୟାସ୍ ସଂଯୋଗ ରହିବ ଯାହାଫଳରେ ଗ୍ୟାସ ଭରିବା ସୁଗମ ହୋଇପାରିବ । ତେଣୁ ଏହି ବ୍ୟବସ୍ଥାକୁ ବିଚାର କରି ଅଙ୍ଗନବାଡି କେନ୍ଦ୍ର ନାମରେ ଗ୍ୟାସ ସଂଯୋଗ ସହ ୧୪.୫ଲିଟର ଗ୍ୟାସ ସିଲିଣ୍ଡର ଓ ଦୁଇଟି ଚୂଲା ଦେବା ନିମନ୍ତେ ସଂଘ ପକ୍ଷରୁ ଅତିରିକ୍ତ ଜିଲ୍ଲାପଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେ ନିଖିଳ ଓଡିଶା ଅଙ୍ଗନବାଡି କର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ମମତାଜ୍ ଖୁଣ୍ଟିଆ, ସମ୍ପାଦିକା ନର୍ମଦା ନାହାକ, ମୀନତି ବରାଡ, ସବିତା ଦେବୀ, ସୁନିତା ସାହୁ, ମମତା ସାହୁ, ଏସ.ଦମୟନ୍ତୀ ଦୋରା ଓ ମଂଜୁଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ ” ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା