ନାରୀ ସାଜିଲେ ନାରାୟଣୀ : ମିଶନଶକ୍ତି କୋର୍ଡିନେଟରଙ୍କୁ ଛେଚିଲେ ନାରୀ ସଂଘ…

ଜଳେଶ୍ଵର/ବସ୍ତା (ସମୃଦ୍ଧ ଓଡିଶା) ନାରୀ ସାଜିଲେ ନାରାୟଣୀ । ମିଶନଶକ୍ତି କୋର୍ଡିନେଟରଙ୍କ ବେଆୟିନ ନିଯୁକ୍ତିକୁ କେନ୍ଦ୍ର କରି ଛେଚିଲେ ନାରୀ ସଂଘ । ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ୍ ସିଡିପିଓଙ୍କ ବେଆଇନ ନିଯୁକ୍ତିକୁ ବିରୋଧ କରି ତାତିଲେ ଏସ.ଏଚ.ଜି ଗୃପର ମହିଳା । ଗୋଡ଼ାଇ ଗୋଡ଼ାଇ ପିଟିଲେ ପ୍ରଜେକ୍ଟ କୋର୍ଡିନେଟର ଗଜେନ୍ଦ୍ର ମଲ୍ଲିକଙ୍କୁ ଓ ଥାନାରେ ମାମଲା । ସୂଚନା ଅନୁସାରେ କୁଡିଆ ଗ୍ରାମରେ ବିଜିନେସ କରେସପଣ୍ଡେନ୍ସ ଏଜେଣ୍ଟ ନିଯୁକ୍ତିରେ ଅନୀୟମିତତାକୁ ନେଇ ଗ୍ରାମର ମହିଳା ଗୋଷ୍ଠୀ ବାରମ୍ବାର ସିଡିପିଓ ଏବଂ ବିଡ଼ିଓଙ୍କୁ ସାକ୍ଷାତ କରି ଘଟଣାର ତଦନ୍ତ କରିବାକୁ ଦାବି କରି ଆସୁଥିଲେ । ହେଲେ ମହିଳା ମାନଙ୍କର ଦାବିକୁ ବେଖାତିର କରି ବାରମ୍ବାର ପ୍ରଶାସନ ପକ୍ଷରୁ ସମୟ ନିଆ ଯାଉଥିଲା । ତେବେ ଆଜି ଦ୍ୱିପହର ସମୟରେ ପଞ୍ଚାୟତର ମହିଳା ମାନେ ସଂଘବଦ୍ଧ ଭାବରେ ବିଡ଼ିଓଙ୍କୁ ଘଟଣା ସମ୍ପର୍କରେ ଆଲୋଚନା କରିବାକୁ ଯାଇ ଥିବାବେଳେ, ବିଡ଼ିଓ ଉକ୍ତ ଘଟଣାରେ ଜଡିତ ପ୍ରଜେକ୍ଟ କୋଅଡିନେଟରକୁ ଡାକି ଘଟଣା ସମ୍ପର୍କରେ ଜାଣି ପୁଣି ମହିଳାମାନଙ୍କୁ ସମୟ ଦେଇଥିଲେ । ତେବେ ମହିଳା ମାନେ ଏଥିରେ ଉତଖିପ୍ତ ହୋଇ ସମସ୍ତ ଜାଲିଆତି, ପ୍ରୋଜେକ୍ଟ କୋଅଡିନେଟର ଗଜେନ୍ଦ୍ର ମଲ୍ଲିକଙ୍କ ଦ୍ବାରା କରାଯାଉଥିବା କହିଥିଲେ ଏବଂ କୋଅଡିନେଟରଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଥିବା ବେଳେ ମହିଳାଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି । ତେବେ ସବୁଠୁ ବଡ଼ କଥା ହେଲା ବିଡ଼ିଓଙ୍କ ରୁମରେ ଏତେ ବଡ଼ ଘଟଣା ଘଟି ଯାଇଥିବା ବେଳେ ବିଡ଼ିଓ ନିରବଦ୍ରଷ୍ଟା ପାଲଟିଥିଲେ ଏବଂ କୈାଣସି ପ୍ରତିକ୍ରିୟା ଦେଇ ନ ଥିଲେ ।