ନାମ୍ପୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୩୮ତମ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନାମ୍ପୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୩୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କର ଆଦ୍ୟଶିକ୍ଷାଗୁରୁ ମା ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀମାନେ ଅନୁଷ୍ଠାନରେ ସେମାନଙ୍କୁ ଗଠନ କରିବା ଦିଗରେ ଗୁରୁଦାୟିତ୍ୱ ତୁଲାଇବା ଆବଶ୍ୟକ ବୋଲି ନାମ୍ପୋ ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୩୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି । ପୂର୍ବତନ ସିଆରସିସି ସୁନୀଲ କୁମାର ଦାସ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆର୍‌ସିସି ଚନ୍ଦ୍ରମୋହନ କୁଇଲା ଉତ୍ସବରେ ପୌରହିତ୍ୱ କରିଥିଲେ । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କଲ୍ୟାଣୀ ଦତ୍ତ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତରୂପେ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲଲାଟେନ୍ଦୁ କେଶରୀ ଜେନା, ସମ୍ମାନୀତ ଅତିଥିରୂପେ ସହଗୋଷ୍ଠୀ ଶିକ୍ଷାଧିକାରୀ, ନାମ୍ପୋ ସରପଂଚ ସଂଜୟ କୁମାର ସିଟ, ସମିତି ସଭ୍ୟ ପଶୁପତି ଜେନା, ଏସ୍‌ଏସ୍‌ସି ଅଧ୍ୟକ୍ଷ ରବିନ୍ଦ୍ର ନାଥ ଦାସ ପ୍ରମୁଖ ଯୋଗ ଦେଇ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଭାଗବତ ପ୍ରସାଦ ମହାନ୍ତି, ଗୁରୁପ୍ରସାଦ ଦେ, ଜନ୍ମଜୟ ଦାସ ଓ ସୀତାକାନ୍ତ ଜେନାଙ୍କୁ ଗୁରୁ ସମ୍ମାନ ପ୍ରତିଭା ପ୍ରଦାନ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଆୟୋଜିତ କୃତି ଛାତ୍ରଛାତ୍ରୀମାନେଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଜୟନାରାୟଣ ଦାସ, ଜାହିଦ୍ ଆସଲାମ, କାଜଲବାଲା ଗିରି, ପଦ୍ମାବତୀ ରାଉଳ, ଶ୍ରବଣ କୁମାର ଦେହୁରୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଶେଷରେ ରତିକା ରାଣୀ ଗିରି ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା