ନାମ୍ପୋ ବିଦ୍ୟୁତ ସେକ୍ସନ କର୍ମଚାରୀଙ୍କ ଆକ୍ରମଣକାରୀଙ୍କୁ ଗିରଫ କଲା ଜଳେଶ୍ଵର ପୋଲିସ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଣିଦା ଦକ୍ଷିଣସାହି ର ସୁନିଲ କୁମାର ମହାନ୍ତି ବିଦ୍ୟୁତ ବିଭାଗର ବିନା ଅନୁମତିରେ ଭୁଜା ଭଜା ମେସିନ ବ୍ୟବହାର କରି ଆସୁଥିଲେ । ଏହି ଖବର ପାଇବା ପରେ, ନାମ୍ପୋ ଇଲେକ୍ଟ୍ରିକାଲ ସେକ୍ସନର ସହକାରୀ ଯନ୍ତ୍ରୀ ସନ୍ତୋଷ ମହାନ୍ତଙ୍କ ଉପସ୍ଥିତରେ ଲାଇନମ୍ୟାନ ସଞ୍ଜୟ ପରିଡ଼ା ଗତ ତା-୨୭/୦୧/ ୨୦୨୨ ରିଖରେ ଯାଇଥିଲେ ଓ ତାଙ୍କୁ ବିନା ଅନୁମତିରେ ବିଦ୍ୟୁତ ବ୍ୟବହାର କରିବାକୁ ମନା କରିବାରୁ, ତାଙ୍କୁ ଅଭଦ୍ରାମି ଭାଷାରେ ଗାଳିଗୁଲଜ କରିଥିଲେ । ଏତିକିରେ ଶାନ୍ତ ନ ହୋଇ ଆକ୍ରମଣ କରିବାକୁ ଆସିଥିଲେ । ଯାହାଫଳରେ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତ ଜଳେଶ୍ଵର ଥାନାରେ ଲିଖିତ ଏତଲା ଦେଇଥିଲେ । ଜଳେଶ୍ଵର ଥାନାର ଏଫ.ଆଇ.ଆର ନମ୍ବର ୩୯/ ୨୦୨୩ ମୂଳେ ପୋଲିସ କେଶ କରି କେଶ ନମ୍ବର- ଆଇପିସି ୧୮୬୦/୩୪୧, ୨୯୪, ୩୨୩, ୩୩୨, ୩୫୩, ୧୮୬ ଓ ୧୩୫ କେଶ ରୁଜୁ କରି ତା-୨/୨/୨୦୨ ରିଖ ଅପରାହ୍ନରେ ସୁନିଲ କୁମାର ମହାନ୍ତିଙ୍କୁ ବାଣିଦା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯାହା ଫଳରେ ଅଞ୍ଚଳବାସୀ ନାମ୍ପୋ ବିଦ୍ୟୁତ ସେକ୍ସନର ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ମହାନ୍ତ ଓ ଲାଇନମ୍ୟାନ ସଞ୍ଜୟ ପରିଡାଙ୍କ ସାହସକୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି ।

ରିପୋର୍ଟ : ଭୂପତି ପରିଡା