ନାମ୍ପୋରେ ୩ ଦିନିଆ ଆନ୍ତଜିଲ୍ଲା ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ଖେଳପଡିଆଠାରେ ତିନିଦିନିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି । ସଂଗୀତ କଳାକାର ଦେବବ୍ରତ ଦାସ ଉଦ୍‌ଘାଟନ କରିଥିବା ବେଳେ ଆଜିର ଶେଷ ଦିବସରେ ବିଶ୍ୱନାଥ ଦତ୍ତ ଓ ଅବିନାଶ ରାଉତ ଚମ୍ପିଆନ୍ ହୋଇ ଟ୍ରଫି ସହିତ ନଗଦ ଅର୍ଥ ରାଶି ପାଇଥିଲେ । ଶୁଭ୍ରାଂଶୁ ଚୌଧୁରୀ ଓ ପୀୟୁଷ ରାଉତ ରନର୍ସ ଅଫ ଟ୍ରଫି ସହିତ ନଗଦ ଅର୍ଥ ରାଶି ପୁରସ୍କାର ପାଇଥିଲେ । ଏହି ଖେଳରେ ବାଲେଶ୍ୱର, ମୟୂରଭଂଜ ଓ ଭଦ୍ରକ ଜିଲାର ୩୨ ଟିମ୍ ଭାଗ ନେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ନାମ୍ପୋ ବ୍ୟାଡମିଣ୍ଟନ ଏସୋସିଏସନ୍ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ସିଦ୍ଧାର୍ଥ ଦାସ, ଶୋଭନ ପଣ୍ଡା, ପ୍ରତୀକ ଦାସ, ପିନାକୀ ଦାସ, ପ୍ରମୋଦ ଦାସ, ବାସୁ ଦାସ, ସ୍ୱସ୍ତିକ ଦାସ, କ୍ରିଷ୍ଣାସାଇ ଦାସ, ହେମନ୍ତ ପାଳକ ଓ ନୀଳମଣି ଦାସ ପ୍ରମୁଖ ପରିଚାଳନା କରିଥିଲେ ।