ନାମ୍ପୋଠାରେ ବିଜେଡିର ମିଶ୍ରଣ ପର୍ବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ନାମ୍ପୋଠାରେ ବିଜେଡିର କର୍ମୀସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଦଳର ବ୍ଳକ ଉପସଭାପତି ଯାମିନିକାନ୍ତ ଦତ୍ତଙ୍କ ଅଧ୍ୟକ୍ଷତାରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ବିଜେଡିର ବିଳଳ୍ପ ନାହିଁ ଓ ବିଭିନ୍ନ ଯୋଜନା ସଂପର୍କରେ କହିଥିଲେ । ଅନ୍ୟଦଳରୁ ସୁଶିଲ ପରିଡାଙ୍କୁ ନେତୃତ୍ୱରେ ହରିଶ ମହାନ୍ତି, ରବିନ୍ଦ୍ର ଦାସ, ଯାମିନିକାନ୍ତ ନାୟକ ଓ ସେକ୍ ତଇରୁଦ୍ଦିନଙ୍କ ନେତୃତ୍ୱରେ ବହୁ ଅନ୍ୟଦଳର କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ଏହି ସଭାରେ ବ୍ଲକ ବିଜେଡି ସଭାପତି ଭୂପତି ମିର୍ଦ୍ଧା, ବରିଷ୍ଠ ନେତା ମାନସ ଜେନା, ତପନ ଦାସ, ଅରୁଣ ରାଉଳ, ସରପଂଚ ସନ୍ୟାସୀ ମାରାଣ୍ଡି, ଖୁକନ ଭୂୟାଁ, ଶିକ୍ଷାବିତ୍ ପ୍ରଫୁଲ୍ଲ ଗିରି, ରାମଶଂକର ଜେନା ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା