ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ସମୂହ ଗଣ ଉପବାସ : ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଧାନର ଅଭାବୀ ବିକ୍ରି ଓ ଜ୍ଵଳନ୍ତ କୃଷି ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଗଣ ଉପବାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ବିପ୍ରବର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୮ଟି ଯାକ ବ୍ଲକର ପ୍ରତିନିଧିଙ୍କ ସମେତ ରାଜ୍ୟ କମିଟି ସଦସ୍ୟ ଶଶାଙ୍କ ଶେଖର ରଥ ଏବଂ ମୁଖ୍ୟ ଉପଦେଷ୍ଠା ଗୋଲେଖ ବିହାରୀ ମହାନ୍ତି, କୈଳାସ ଚନ୍ଦ୍ର ରାଉତ, ସହସଂଯୋଜକ ପ୍ରହଲ୍ଲାଦ ସାହୁ, ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ପୃଷ୍ଟି, ଜିଲ୍ଲା ପ୍ରଭାରୀ ଅଶ୍ୱିନୀ ଜେନା, କାମାକ୍ଷାନଗର ମଣ୍ଡଳ ସଂଯୋଜକ ଭାଗିରଥି ଜେନା, ସହସଂଯୋଜକ ଶୁଶାନ୍ତ ସ୍ୱାଇଁ, ଓଡାପଡା ନରୋତ୍ତମ ନାୟକ, ଚାଷୀ ନେତା ବାମ ଦେବ ପରିଡା, ସଦର ବ୍ଲକ ସଂଯୋଜକ ନକୁଳ ରାଉତ ପ୍ରମୁଖ ୫ ଘଣ୍ଟା ପାଇଁ ଅନଶନରେ ବସିଥିଲେ । ଏହା ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା । ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଚାଷୀଙ୍କୁ ପ୍ରତାରଣା ସମ୍ପର୍କରେ ଆଲୋଚନା କରାଯାଇଥିଲା । କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ୫୩ ଟଙ୍କା ବଢ଼ାଇ ଧାନ ଦର ଦେଢ଼ ଗୁଣ ବଢ଼ାଇଲେ ବୋଲି ପ୍ରଚାର କଲେ । କିନ୍ତୁ ଚାଷୀଙ୍କ ପାଇଁ କୌଣସି ପ୍ୟାକେଜ ନାହିଁ । ଓଡିଶା ସରକାର ମହାମାରୀ କରୋନା ସମୟରେ ଚାଷୀଙ୍କ ସୁବିଧା କିଛି ନ କରି ଧାନ ମଣ୍ଡିରେ ଧାନ ପଡି ରହିଲା । ଯେଉଁମାନେ ଧାନ ଦେଇଛନ୍ତି କେତକ ଏ ପର୍ଯ୍ୟନ୍ତ ମୂଲ୍ୟ ପାଇଲେ ନାହିଁ । କରିଫ ଚାଷୀ ଏବଂ ବର୍ତ୍ତମାନର ଚାଷ କଥା କେବଳ ପ୍ରତାରଣା ଅଟେ । ବ୍ୟାଙ୍କ ଚାଷୀଙ୍କୁ ଋଣ ଦେଇ ନାହିଁ ବୋଲି ଅଭିଯୋଗ କରାଯାଇଥିଲା । ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଧାନ କୁଇଣ୍ଟାଲ ୨୯୩ସହ କରାଯାଉ । ଚାଷୀ ଋଣ ଛାଡ଼ ସହିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯାଉ । ଚାଷୀକୁ ସୁରକ୍ଷା ଭର୍ତ୍ତା ଦିଆଯାଉ ବୋଲି ଦାବି କରାଯାଇଥିବା ଜିଲ୍ଲା ସଭାପତି ବିପ୍ରବର ସାହୁ ଜଣାଇଛନ୍ତି ।

ରିପୋର୍ଟ : ଶୁଭମ ପାଣି