ନବୀନ ପଟ୍ଟନାୟକଙ୍କ ୭୬ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର :୧୦୬ ୟୁନିଟ୍ ରକ୍ତ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଉପାନ୍ତ ନେତୁଆ ପଂଚାୟତରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । କମାରଶାଳିଆସ୍ଥିତ ମନୋରଞ୍ଜନ ସୀମାନ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ସରପଞ୍ଚ ମମତା ରାଣୀ ହୁଇ, ଜୀବନବିନ୍ଦୁର ସଂଯୋଜକ ମଧୁସୂଦନ ସେନାପତି, ସମବାୟବିତ୍ ମାନସ ଜେନା ଓ ବିଜେଡି ବ୍ଲକ ସଭାପତି ଭୂପତି ମିର୍ଦ୍ଧା ପ୍ରମୁଖ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ୭୬ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୧୦୬ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସୁଶାସନରେ ଅନୁପ୍ରାଣିତ ହୋଇ ପଡୋଶୀ ପଶ୍ଚିମବଙ୍ଗର ୨୦ରୁ ଉର୍ଦ୍ଧ୍ୱ ଯୁବକ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବାରୁ ସମାଜସେବୀ ରଣଜିତ୍ ହୁଇ ତଥା ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସୁକୁମାର ଦତ୍ତ, ଗୁଣାକର ପାତ୍ର, ସୁଶାନ୍ତ କର, ଅନନ୍ତ ପରିଡା, ଚନ୍ଦନ ପରିଡା, ଅଶ୍ୱନୀ କୁମାର ପାତ୍ର, ହେମନ୍ତ କର, ଅରବିନ୍ଦ ସାମଲ, ରାହୁଲ ଜେନା, ଦେବବ୍ରତ ସେନ୍‌, ଚନ୍ଦନ କର, କାଳିଚରଣ ଦାସ, ଶାନ୍ତନୁ ପରିଡା, ମଧୁସୂଦନ କର, ସରୋଜ ମହାନ୍ତି, ଗଙ୍ଗାଧର ଜେନା, ମନୋଜ ମହାନ୍ତି, ହୃଷିକେଷ ଗିରି, ରାସବିହାରୀ ରଣା, ଦେବବ୍ରତ ଗିରି, ଗୌତମ ଗିରି ପ୍ରମୁଖଙ୍କ ସହିତ ବହୁ ଅଂଗନୱାଡି ଓ ଆଶାକର୍ମୀ ମାନେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା