ନକଲି ଲଙ୍କାଗୁଣ୍ଡ କାରଖାନା ଉପରେ ଚଢ଼ାଉ : ବିପୁଳ ପରିମାଣର ସାମଗ୍ରୀ ଜବତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ନକଲି କାରବାର । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ଧରାପଡିଛି । ସୂଚନା ଅନୁଯାୟୀ, ବଡ଼ବଜାର ଅଞ୍ଚଳରେ ନକଲି ହଳଦୀ ଗୁଣ୍ଡ ଓ ମରିଚ ଗୁଣ୍ଡ କାରବାର ହେଉଥିବାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବଡ଼ବଜାର ଥାନା ପାଣ୍ଡବନଗର ଅଞ୍ଚଳରେ ଅତର୍କିତ ଭାବେ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରିଛି । ଏହାସହ ଜଣଙ୍କୁ ଅଟକ ରଖି ପଚରାଉଚାର ଜାରି ରଖିଛି ପୋଲିସ । ସୂଟଚାଯୋଗ୍ୟ ଯେ, ପୂର୍ବରୁ ଏଠାରେ ନକିଲି ହଳୀଦ ଓ ମରିଚ ଗୁଣ୍ଡ ପ୍ରସ୍ତୁତି ନେଇ ଗୋସାଣିନୂଆଗାଁ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା । ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏଠାରେ ଚଢାଉ କରାଯାଇଥିଲା । ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା