ଧାନର ଏମଏସ୍‌ପି ବଢ଼ିଲା : କୁଇଣ୍ଟାଲ ୨୧୮୩କୁ ବୃଦ୍ଧି

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଇଲା କେନ୍ଦ୍ର। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ୨୧୮୩କୁ ବୃଦ୍ଧି । ଧାନ ଗ୍ରେଡ୍-ଏ ସହାୟକ ମୂଲ୍ୟ କୁଇଣ୍ଟାଲ ୨୨୦୩କୁ ବୃଦ୍ଧି। ମୁଗ କୁଇଣ୍ଟାଲ ୮୫୫୮ ଟଙ୍କା, କପା ୬୬୨୦ ଟଙ୍କାକୁ ବୃଦ୍ଧିବିରି କୁଇଣ୍ଟାଲ ୬୯୫୦ ଟଙ୍କା, ବାଦାମ କୁଇଣ୍ଟାଲ ୬୩୭୭ ଟଙ୍କା ବୃଦ୍ଧି । ଖରିଫ ଫସଲ ପାଇଁ ଆଜି କେନ୍ଦ୍ର ସରକାର ଧାନ ସମେତ ବିଭିନ୍ନ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି ବୃଦ୍ଧି କରିଛନ୍ତି। ଚାଷୀଙ୍କ ଆୟ ଓ ଚାଷର ବିକାଶ ପାଇଁ କେନ୍ଦ୍ର ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟରେ ଖରିଫ ଋତୁରେ ହେବାକୁ ଥିବା ଖାଦ୍ୟ ଶସ୍ୟର ଏମଏସ୍‌ପି ବୃଦ୍ଧି ପ୍ରସ୍ତାବ ଉପରେ ମୋହର ଲଗା ଯାଇଛି।କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣଳାୟର ବିବୃତି ଅନୁସାରେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସ୍‌ପି କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବଢ଼ିଛି। ଚାଷୀମାନେ ଏବେ ସାଧାରଣ ଧାନ ପିଛା ୨୧୮୩ ଟଙ୍କା ପାଇବେ। ସେହିପରି ଗ୍ରେଡ ଏ ଧାନାର ଏମଏସ୍‌ପି ୨୨୦୩ ଟଙ୍କା ରହିଛି। ୨୦୧୪-୧୫ରେ ସାଧାରଣ ଧାନର ଏମଏସ୍‌ପି କ୍ୱିଣ୍ଟାଲ ପିଛି ୧୩୬୦ ଟଙ୍କା ବେଳେ ୨୦୨୩-୨୪ରେ ଏହା ୨୧୮୩ରେ ପହଞ୍ଚିଛି।ଏହାବାଦ ଯଅ-ହାଇବ୍ରିଡର କ୍ୱିଣ୍ଟାଲ ପିଛା ଦାମ ୨୯୭୦ରୁ ଟଙ୍କାରୁ ବଢ଼ି ୩୧୮୦ ଟଙ୍କା ଓ ଯଅ ମାଲଦାଣ୍ଡିର ଦାମ ୨୯୯୦ରୁ ବଢ଼ି ୩୨୨୫ ଟଙ୍କା ହୋଇଛି। ୧- ବାଜରାର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୨୩୫୦ ଥିବା ବେଳେ ଏବେ ୨୫ଶହ ହୋଇଛି ୨- ମାଣ୍ଡିଆର ଦାମ ୨୦୨୨-୨୩ରେ ୩୫୭୮ ଥିବା ବେଳେ ଏବେ ୩୮୪୬ ଟଙ୍କା ୩- ମକାର ଦାମ ୨୦୨୨-୨୩ରେ ୧୯୬୨ ଥିବା ବେଳେ ଏବେ ୨୦୯୦ ଟଙ୍କା ୪- ଚଣା ଓ ହରଡ଼ ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେଆ ଏବେ ୭ ହଜାର ଟଙ୍କା ୫- ମୁଗ ଡାଲିର ଦାମ ୨୦୨୨-୨୩ରେ ୭୭୫୫ ଟଙ୍କା ଥିବା ବେଳେ ଏବେ ୮୫୫୮ ଟଙ୍କା ୬- ବିରି ଡାଲିର ଦାମ ୨୦୨୨-୨୩ରେ ୬୬୦୦ ଟଙ୍କା ଥିବା ବେଳେ ଏବେ ୬୯୫୦ ଟଙ୍କା ୭- ବାଦାମର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୫୮୫୦ ଟଙ୍କା ଥିବା ବେଳେ ଏବେ ୬୩୭୭ ଟଙ୍କା ୮- ସୂର୍ଯ୍ୟମୁଖୀ ମଞ୍ଜିର ଦାମ କ୍ୱିଣ୍ଟାଲ ପିଛା ୨୦୨୨-୨୩ରେ ୬୪୦୦ ଟଙ୍କା ଥିବା ବେଳେ ଏବେ ୬୭୬୦ ଟଙ୍କା ୯- ସୋୟାବିନ(ୟେଲୋ)ର ଦାମ ୨୦୨୨-୨୩ରେ ୪୩୦୦ ଟଙ୍କା ଥିବା ବେଳେ ଏବେ ୪୬୦୦ ଟଙ୍କା ୧୦- ରାଶିର ଦାମ ୨୦୨୨-୨୩ରେ ୭୮୩୦ ଟଙ୍କା ଥିବା ବେଳେ ଏବେ ୮୬୩୫ ଟଙ୍କା ୧୧- ପେସୀର ଦାମ ୨୦୨୨-୨୩ରେ ୭୨୮୭ ଟଙ୍କା ଥିବା ବେଳେ ଏବେ ୭୭୩୪ ଟଙ୍କା ୧୨- କଟନ(ମିଡିୟମ)ର କ୍ୱିଣ୍ଟାଲ ପିଛା ଦାମ ୨୦୨୨-୨୩ରେ ୬୦୮୦ ଟଙ୍କା ଥିବା ବେଳେ ଏବେ ୬୬୨୦ ଟଙ୍କା ୧୩- କଟନ(ଲଙ୍ଗ)ର ଦାମ ୨୦୨୨-୨୩ରେ ୬୩୮୦ ଟଙ୍କା ଥିବା ବେଳେ ଏବେ ୭୦୨୦ ଟଙ୍କା ହୋଇଛି।

ରିପୋର୍ଟ : ପ୍ରଭାତ କୁମାର ବେହେରା ଓ ସୁଧାଂଶୁ ଶେଖର ବେହେରା