ଧର୍ମାବରମରେ ରେଳପଥ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ:ପୁରୀ-ଯଶୋବନ୍ତପୁର ଗରିବ ରଥ ଦିନଟିଏ,ପ୍ରଶାନ୍ତି ଏକ୍ସପ୍ରେସ ୯ ଦିନ ପାଇଁ ଆଂଶିକ ବାତିଲ…

ଭୁବନେଶ୍ବର (ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି। ପୁରୀଠାରୁ ଛାଡ଼ିବାକୁ ଥିବା ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ(୨୨୮୮୩) ମାର୍ଚ୍ଚ ୨୯ରେ ଓ ଯଶୋବନ୍ତପୁରଠାରୁ ଛାଡ଼ିବାକୁ ଥିବା ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ(୨୨୮୮୪) ମାର୍ଚ୍ଚ ୩୦ରେ ବାତିଲ ରହିବ। ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି ଏକ୍ସପ୍ରେସକୁ ୯ ଦିନ ଲାଗି ଆଂଶିକ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଶାନ୍ତି ଏକ୍ସପ୍ରେସ(୧୮୪୬୩/୧୮୪୬୪) ଭୁବନେଶ୍ୱରରୁ ମାର୍ଚ୍ଚ ୨୭ରୁ ଏପ୍ରିଲ ୪ ପର୍ଯ୍ୟନ୍ତ ଓ ବେଙ୍ଗାଲୁରୁରୁ ମାର୍ଚ୍ଚ ୨୮ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଉଭୟ ଦିଗରୁ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନିଳୟମ (ଏସଏସପିଏନ) ମଧ୍ୟରେ ଚଳାଚଳ କରିବ। ଏସ୍‌ଏସ୍‌ପିଏନ୍‌-ବେଙ୍ଗାଲୁର ମଧ୍ୟରେ ବାତିଲ ରହିବ। ଏହି ଟ୍ରେନ୍‌ ପାଇଁ ସଂରକ୍ଷଣ ଟିକେଟ କରିଥିବା ଯାତ୍ରୀମାନଙ୍କୁ ପୃଥକ ପୃଥକ ଭାବେ ମୋବାଇଲ ଫୋନ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି। ବାତିଲ ହୋଇଥିବା ଟ୍ରେନ୍‌ର ସଂରକ୍ଷିତ ଟିକେଟ ବାବଦରେ ସମସ୍ତ ପାଉଣା ଫେରସ୍ତ କରାଯିବ ବୋଲି କୁହାଯାଇଛି।