ଧର୍ମପାରାୟଣ ମହିଳାଙ୍କ ପରଲୋକ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହର ଅପରବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚରୋଡ଼ ଛକ ବାସିନ୍ଦା ଧର୍ମପାରାୟଣ ମହିଳା କେ.ତୁଳସୀଆମ୍ମାଙ୍କ ଗତ ସୋମବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ କିଛିଦିନ ଧରି ସାମାନ୍ୟ ଶାରୀରିକ ଅସୁସ୍ଥ ଥିଲେ । ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ସମାଜସେବୀ ତଥା ପୂର୍ବତନ କାଉନସିଲର ରାମାରାଓ, କନିଷ୍ଠ ପୁତ୍ର, ଚାରିଝିଅ, ସୁଯୋଗ୍ୟନାତି ଛତ୍ରପୁର ଠାକୁରାଣୀ ଯାତ୍ରା କମିଟୀ ମେନେଜର ତଥା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ରାମାୟାଣାମା ମନ୍ଦିର ଯୋଜନା କମିଟୀର ସଭାପତି କେ.ଚନ୍ଦ୍ରଶେଖର ରେଡ୍ଡୀ ଏବଂ ଅନ୍ୟନାତି, ନାତୁଣୀ, ପରିବାରବର୍ଗ ସ୍ଥାନୀୟ ଅଞ୍ଚଳର ବହୁ ବରିଷ୍ଟ ଲୋକ ଓ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା