ଧରିତ୍ରୀର ଚିକିତ୍ସା ଆଶା ଉଜ୍ଜିବୀତ କଲା ପ୍ରଶାସନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଷାଣୀନୂଆଗାଁ ସ୍ଥିତ ଧୋବା ସାହି ନିବାସୀ ଦେବହରି ସେଠୀ ନିତିଦିନିଆ ମଜୁରିଆ କାମ କରି ତାଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ତାଙ୍କ ଦୁଇ ପିଲାଙ୍କ ମଧ୍ୟରୁ ଝିଅ ଧରିତ୍ରୀ(୩) ରକ୍ତ କର୍କଟ ରୋଗରେ ପୀଡିତ ଥିବା ଜାଣି ପରିବାରର ଚିନ୍ତା ବଢ଼ି ଯାଇଥିଲା । ସେପଟେ ଅର୍ଥ ଅଭାବ ଯୋଗୁ ଚିକିତ୍ସା ପାଇଁ ସହର ବାହାରକୁ ଯିବାକୁ ସକ୍ଷମ ହୋଇ ପାରୁନାହିଁ । ସ୍ୱଳ୍ପ ରୋଜଗାରରେ ପୁଅକୁ କିପରି ପାଠ ପଡ଼ାଇବେ ଚିନ୍ତା ଘାରୁଥିବା ବେଳେ ଝିଅର ରକ୍ତ କର୍କଟ ରୋଗ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଥିଲା । ତଥାପି ଦେବହରି ପିଲାର ଜୀବନ ବଞ୍ଚାଇବା ପାଇଁ ବଡମେଡିକାଲରେ ସେଭଳି କିଛି ଉନ୍ନତ ଚିକିତ୍ସା ବ୍ୟବସ୍ଥା ନ ଥିବାରୁ ଝିଅକୁ ଧରି ଗତ ଶନିବାର ୨୦ତାରିଖ ଦିନ ଭୁବନେଶ୍ଵର ସ୍ଥିତ AIIMS ଚିକିତ୍ସାଳୟକୁ ଯାଇଥିଲେ କିନ୍ତୁ ସେଠାରେ କୌଣସି କାଗଜପତ୍ର ନେଇନଥିବାରୁ ନିରାଶ ହୋଇ ଫେରିଥିଲେ । ପୁଣି ଗତ ସୋମବାର ୨୨ ତାରିଖ ଦିନ ସେ ତାଙ୍କ ଆଧାର କାର୍ଡ ସମେତ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ନେଇ ଅଖିଳ ଭାରତୀୟ ଆର୍ୟୁ ବିଜ୍ଞାନ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ ତାଙ୍କ ଆଧାର କାର୍ଡରେ ତ୍ରୁଟି ଥିବା ଦେଖାଇ ଚିକିତ୍ସା ହୋଇପାରିବ ନାହିଁ କହି ଫେରାଇ ଦେଇଥିଲେ । ଦେବହରି ସମସ୍ତ ଆଶା ଭରଷା ଛାଡ଼ି ଦେଇଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ତାଙ୍କ ନିକଟରେ ପହଞ୍ଚି ପରିବାରର ଅସରନ୍ତି ଦୁଃଖ ଏବଂ କୁନି ଝିଅଟିର ଦୁର୍ବିସହ ରୋଗ ଦେଖି ଓ ଶୁଣି ଥିଲେ ଏବଂ ଏହି ବିଷୟରେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ମହାନଗର କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ତୁରନ୍ତ ଏହି ଝିଅକୁ ଉନ୍ନତ ଚିକିତ୍ସା ଓ ପରିବାରକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ନିବେଦନ କରିଥିଲେ । ସବୁ କଥା ଅବଗତ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଉପଜିଲ୍ଲାପାଳ କିର୍ତ୍ତିଭାସନ୍ ସହାୟତା ପାଣ୍ଠିରୁ ୧୦ ହଜାର ଟଙ୍କା ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରାଙ୍କ ଦ୍ବାରା, ବ୍ରହ୍ମପୁର ସିଟି ହସ୍ପିଟାଲ ଅଧିକ୍ଷକ ଡ଼ା ବିଶ୍ବମ୍ବର ବେହେରା, ପରିଚାଳକ ଭାବାନାଥ ସାହୁ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନାଜିର୍ ମନୋରଞ୍ଜନ ମିଶ୍ରଙ୍କ ଉପସ୍ଥିତିରେ ଆପତକାଳୀନ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା