ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କୋଭିଡ ସମ୍ମୁଖ ଯୋଦ୍ଧାମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଜିଲ୍ଲାର ୩୦ଟି ସ୍ଥିରୀକୃତ ଟୀକାଦାନ କେନ୍ଦ୍ରରେ ମୋଟ ୩୦୩୯ ଜଣ ଟୀକା ନେବେ ବୋଲି ସ୍ଥିର କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ୧୩୦୪୩ ଜଣ ସମ୍ମୁଖ କୋଭିଡ ଯୋଦ୍ଧା ଏହି ଟୀକା ନେବା ପାଇଁ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି । ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁର ବ୍ଳକ କାର୍ଯ୍ୟାଳୟରେ ଟୀକା ନେଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଗଞ୍ଜାମ ଏସପି ବ୍ରିଜେଶ ରାଏ ଓ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ସିନ୍ଧେ ଦତାତ୍ରେୟ ଭଉସାହେବ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଟୀକା ନେଇଥିଲେ l ଛତ୍ରପୁର ବ୍ଲକରେ ହୋଇଥିବା ଏହି ଟିକାଦାନ କେନ୍ଦରେ ମୋଟ ୧୧୦ ଜଣ ପ୍ରମୁଖ କୋଭିଡ଼ ଯୋଦ୍ଧାଙ୍କୁ ଟୀକା ଦେବାକୁ ପଞ୍ଜିକୃତ କରାଯାଇଥିବା ବେଳେ ୮୫ ଜଣ ଟୀକା ନେଇଥିବା ସୂଚନା ମିଳିଛି l ଏହି କାର୍ଯ୍ୟକ୍ରମରେ ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା.ଜ୍ଞାନେନ୍ଦ୍ର ନାୟକ, ଛତ୍ରପୁର ମେଡିକାଲ ଅଫିସର ଡା.ପ୍ରଫୁଲ ଗୌଡ଼, ପବିତ୍ର ଶତପଥି, ଫାର୍ମାସିଷ୍ଟ ପୂର୍ଣ ରାଓ ଓ ଦିଲ୍ଲିପ ନାୟକ, ସିବାଣୀ ସେନାପତି ପରିଚାଳନା କରିଥିଲେ l ଜନସ୍ୱାସ୍ଥ୍ୟ ସମ୍ପ୍ରସlରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l