ଦ୍ୱାଦଶତମ ରକ୍ତଦାନ ଶିବିର ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସହରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ”ବ୍ରହ୍ମପୁର ସବୁଜ ବାହିନୀ” ଏବଂ “ଆଞ୍ଚଳିକ ବିକାଶ ପରିଷଦ” ଓ ବ୍ରହ୍ମପୁର ରକ୍ତ ଭଣ୍ଡାରର ମିଳିତ ଅନୁକୂଲ୍ୟରେ ଦ୍ୱାଦଶ ତମ ଆସନ୍ତୁ ଗଢିବା ରକ୍ତ ସମ୍ପର୍କ ନାମକ ରକ୍ତ ଦାନ ଶିବିର ବ୍ରହ୍ମପୁର ରକ୍ତ ଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର ପ୍ରଭାବ ଯୋଗୁଁ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖାଯାଇଛି । ଏଥିପାଇଁ ରୋଗୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ ଭାବେ ଗର୍ଭବତୀ ମହିଳା ଓ ଥାଲାସେମିଆ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅସୁବିଧାକୁ କିଛି ମାତ୍ରାରେ ହ୍ରାସ କରିବା ପାଇଁ ଏହି ନିଆରା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉ ରକ୍ତଦାତାମାନେ କେନ୍ଦ୍ରକୁ ଆସି ରକ୍ତଦାନ କରିବେ l ଆଜିର ଶିବିରରେ ସମୁଦାୟ ୨୨ ଗୋଟି ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ସମୁଦାୟ ୧୧ଟି ଶିବିରରେ ୨୦୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି l ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାରର ଡାକ୍ତର ପ୍ରଶନ୍ନ ରଥ ଏବଂ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସତ୍ୟ ନାରାୟଣ ଦାସ, ବିଷ୍ଣୁ ପ୍ରସାଦ ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଶ୍ୱ ବ୍ୟାପି କରୋନା ମହାମାରୀ ପ୍ରଭାବ ଥିଲାବେଳେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଯାଇଛି । ସମସ୍ତ ସ୍ଵେଚ୍ଛାସେବୀ ସଂଗଠନ ଓ ଜନ ସାଧାରଣମାନଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ମଧ୍ୟ ଏଭଳି ମହତ ଅଭିଯାନରେ ସାମିଲ ହୁଅନ୍ତୁ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା