ଦେଶର ବିଭିନ୍ନ ହାଇକୋର୍ଟ ପାଇଁ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଦେଶର ବିଭିନ୍ନ ହାଇକୋର୍ଟ ପାଇଁ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରାଯାଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ ଭାରତର ସମ୍ବିଧାନରେ ପ୍ରଦତ୍ତ କ୍ଷମତା ପ୍ରୟୋଗ କରି ଭାରତର ପ୍ରଧାନ ବିଚାରପତିଙ୍କ ସହ ପରାମର୍ଶ କରିବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ସମେତ ଦେଶର କେତେକ ହାଇକୋର୍ଟ ପାଇଁ ୬ଜଣ ବିଚାରପତି ଓ ନ୍ୟାୟିକ ଅଧିକାରୀ ନିଯୁକ୍ତ କରିଛନ୍ତି । ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଥିବା ବେଳେ ଜମ୍ମୁ ଓ କଶ୍ମୀର ଏବଂ କଶ୍ମୀର ଓ ଲଦାଖ ହାଇକୋର୍ଟର ନ୍ୟାୟିକ ଅଧିକାରୀ ଭାବେ ମୋହନ ଲାଲ୍‌ ଏବଂ ମହମ୍ମଦ ଅକ୍ରମ ଚୌଧୁରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଛନ୍ତି । ଏହାସହ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ରାଷ୍ଟ୍ରପତି ଆଇନଜୀବୀ ଅନନ୍ତ ରାମନାଥ ହେଗ୍‌ଡ଼େ, ଆଇନଜୀବୀ ସିଦ୍ଦୟାହ୍‌ ରଚାୟାହ୍‌ ଏବଂ ଆଇନଜୀବୀ କାନ୍ନନକୁଝିଲ୍‌ ଶ୍ରୀଧରଣ ହେମଲେଖାଙ୍କୁ ନିଯୁକ୍ତ କରିଛନ୍ତି ।