ଦେଶରେ ମେ’ ୩ ଯାଏଁ ଲକଡାଉନ ବଢ଼ିଲା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିକୁ ମେ’ ୩ ଯାଏଁ ବଢ଼ାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଣ୍ଟା ବେଳେ ପ୍ରେସମିଟରେ ସେ ଏହା ଘୋଷଣା କରିଛନ୍ତି । କିନ୍ତୁ ଏପ୍ରିଲ ୨୦ ପରେ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ସମୀକ୍ଷା କରି ଲକଡାଉନ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କଟକଣା କୋହଳ ହେଲେ ମଧ୍ୟ ଲୋକଙ୍କୁ ରେଳ ସେବା ଓ ଦୂରସ୍ଥାନକୁ ଯାଉଥିବା ବସ ସେବା, ବିମାନ ସେବା ଯୋଗାଇ ଦିଆଯିବ ନାହିଁ ବୋଲି ଘୋଷଣା କରିଛନ୍ତି । ଆସନ୍ତା ମାର୍ଚ୍ଚ ୩ ତାରିଖ ଯାଏଁ କୌଣସି ଯାତ୍ରୀବାହୀ ଟ୍ରେନ ଚଳାଚଳ ହେବ ନାହିଁ କିନ୍ତୁ ମାଳବାହୀ ଟ୍ରେନ ଗୁଡ଼ିକ ପୂର୍ବଭଳି ଯାତାୟାତ କରିବ ବୋଲି ଆଜି ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଆଗାମୀ ଏକ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୨୦ ଯାଏଁ ଦେଶରେ ଲକ୍‌ଡାଉନ୍‌ ବ୍ୟବସ୍ଥା ଆଗ ଅ‌ପେକ୍ଷା ଅଧିକ କଠୋର ହେବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ସେ ଆହୁରି ଦେଶବାସୀଙ୍କୁ ନିବେଦନ କରି କହିଛନ୍ତି ଯେ ଏବେ କରୋନା ଭୁତାଣୁ ସଂକ୍ରମଣ ଭାଇରସ୍‌କୁ ଆମେ କୌଣସି ମତେ ନୂଆ ଅଞ୍ଚଳରେ ସଂକ୍ରମଣ କରାଇ ଦେବାନାହିଁ । ଆଞ୍ଚଳିକ ସ୍ତରରେ ଗୋଟିଏ ବି ରୋଗୀ ବଢ଼ିବା ଆମ ପାଇଁ ଚିନ୍ତାର କାରଣ ହେବା ଉଚିତ । କେଉଁଠି ବି କରୋନା ଭୁତାଣୁ ସଂକ୍ରମଣ ଭାଇରସ୍ ଜନିତ ଜଣେ ରୋଗୀଙ୍କର ଦୁଃଖଦ ମୃତ୍ୟୁ ହେଲେ ଆମ ଚିନ୍ତା ଆହୁରି ବଢ଼ିବା ଉଚିତ । ଏଥିପାଇଁ ଆମକୁ ହଟ୍‌ସ୍ପଟ୍‌କୁ ଚିହ୍ନଟ କରି ପୂର୍ବାପେକ୍ଷା ଖୁବ୍ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ହଟ୍‌ସ୍ପଟ୍‌ ହେବାର ଆଶଙ୍କା ଥିବା ଅଞ୍ଚଳଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ଏଥିପାଇଁ ଆଗାମୀ ୧ ସପ୍ତାହ ପାଇଁ କରୋନା ଭୁତାଣୁ ସଂକ୍ରମଣ ଭାଇରସ୍ ଲଢ଼େଇରେ କଠୋରତା ଆହୁରି ଅଧିକ ବଢ଼ାଇ ଦିଆଯିବ । ଏପ୍ରିଲ୍ ୨୦ ତାରିଖ ଯାଏଁ ପ୍ରତ୍ୟେକ ଥାନା, ଜିଲ୍ଲା ଓ ରାଜ୍ୟକୁ ସମୀକ୍ଷା କରାଯିବ । ସେ ସବୁ ଅଞ୍ଚଳରେ ଲକ୍‌ଡାଉନ୍‌ କିଭଳି ପାଳନ କରାଯାଉଛି, ସେ ଅଞ୍ଚଳ କରୋନା ଭୁତାଣୁ ସଂକ୍ରମଣ ଭାଇରସ୍‌ରୁ ନିଜକୁ କେତେ ପରିମାଣରେ ସୁରକ୍ଷିତ ରଖିଛି ତହାର କ୍ରମାଗତ ମୂଲ୍ୟାଙ୍କନ କରାଯିବ । ଯେଉଁ ଅଞ୍ଚଳ ଏହି ଅଗ୍ନି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେ ଅଞ୍ଚଳରୁ ୨୦ ଏପ୍ରିଲରୁ କିଛି ଜରୁରୀ କାର୍ଯ୍ୟକଳାପ ନିମନ୍ତେ କଟକଣା ଉଠାଯିବ । ତାହା ହେଲା କେଉଁମାନେ ନିଜ ଅଞ୍ଚଳରେ ହଟ୍‌ସ୍ପଟ୍ ବଢ଼ାଇ ଦେବେ ନାହିଁ ଓ ହଟସ୍ପଟ୍ ବଢ଼ିବା ଆଶଙ୍କା କମ୍‌ ରହିବ ସେଠାରେ ଏହି ଅନୁମତି ମିଳିବ । କିନ୍ତୁ, ମନେ ରଖିବା ଉଚିତ ଯେ ଏହି କୋହଳ ସର୍ତ୍ତଯୁକ୍ତ ହେବ । ବାହାରକୁ ବାହାରିବା ନିୟମ ବହୁତ କଠୋର କରାଯିବ । ଯଦି କୌଣସି ଅଞ୍ଚଳରେ ଲକ୍‌ଡାଉନ୍‌ ନିୟମକୁ ଉଠାଯାଏ ପୁଣିଥରେ ସେହି ଅଞ୍ଚଳରେ କରୋନା ଭୁତାଣୁ ସଂକ୍ରମଣ ଭାଇରସ୍‌ ଆକ୍ରାନ୍ତ ଦେଖାଦିଏ ତେବେ ସେହି ଅଞ୍ଚଳରୁ ସମସ୍ତ ଅନୁମତି ତୁରନ୍ତ ଫେରାଇ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।