ଦେଉଳପଡି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପର ଭୂମି ପୂଜନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳରେ ପାନୀୟ ଜଳର ବ୍ୟବସ୍ଥା କରିବା ନିମନ୍ତେ ଦେଉଳପଡି ଗ୍ରାମରେ ଭୁମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରମଳରେ ଗଂଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମି ଗ୍ରାମ ପଞ୍ଚାୟତ ଅଧିନ ଦେଉଳପଡି ଗ୍ରାମରେ ନିର୍ମାଣ ହେବାକୁ ଥିବା ପାନୀୟ ପ୍ରକଳ୍ପର ଆଜି ଭୁମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ ଏବଂ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟିକା ଶ୍ରୀମତି ନନ୍ଦିନୀ ଦେବୀଙ୍କ ଦ୍ୱାରା ଦେଉଳପଡି ଗ୍ରାମରେ ପାନୀୟ ଜଳ ପ୍ରକଳ୍ପର ଶୁଭାରମ୍ଭ ନିମନ୍ତେ ଭୁମିପୂଜନ କାର୍ଯ୍ୟକ୍ରମ ରହିଥିବା ବେଳେ ଉଭୟଙ୍କ ଅନୁପସ୍ଥିତ କାରଣରୁ ଗ୍ରାମର ବିକାଶକୁ ଆଗେଇ ନେବା ପାଇଁ ଲକ୍ଷ ରଖିଥିବା ଗୌତମୀ ପଞ୍ଚାୟତର ଯୁବ ସରପଞ୍ଚ ସୁଶାନ୍ତ କୁମାର ସ୍ୱାଇଁ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଭୁମିପୂଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସୁଶାନ୍ତ ସ୍ୱାଇଁଙ୍କ ସହ ବହୁ ସ୍ଥାନୀୟ କର୍ମୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା