ଦୁର୍ଘଟଣା ଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମୃତ୍ୟୁ, ଆଉ ଜଣେ ଆଇସିୟୁରେ..

ଭୂଅନେଶ୍ୱର(ସମୃଦ୍ଧଓଡିଶା)ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି ଦୁର୍ଘଟଣା ଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ମୃତ୍ୟୁ ବରଣ କରିଥିବା ବେଳେ ସହକାରୀ ଲୋକ ପାଇଲଟ ଗୁରୁତର ଆହତ ହୋଇ ଆଇସିୟୁରେ ଥିବା ଜଣା ପଡିଛି ।ଦେଶର ଏହି  ବଡ଼ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ଜୀବନ ଯାଇଥିବା ବେଳେ କରମଣ୍ଡଳ ଏକ୍ସପ୍ରେସର ଆସିଷ୍ଟାଣ୍ଟ ଲୋକ ପାଇଲଟ ବି.ସି ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ ଆଇସିୟୁରେ ରଖାଯାଇଛି।ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ଯଶବନ୍ତପୁର-ହାୱାଡା ସୁପରଫାଷ୍ଟ ଓ ଏକ ମାଲବାହୀ ଟ୍ରେନ୍‌ର ଲୋକୋ ପାଇଲଟମାନେ ସୁରକ୍ଷିତ ଅଛନ୍ତି। ସେମାନଙ୍କର କିଛି ହୋଇନାହିଁ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ପରେ କିଛି ବଗି ବେଶ କିଛି ବାଟ ଛିଟିକି ପଡ଼ି ଟ୍ରାକରେ ଛେଚି ହୋଇଯାଇଥିଲେ । ବଗି ଉପରେ ଚଢ଼ି ଯାଇଥିଲା। ଦୁଇଟି ଯାକ ଟ୍ରେନର ୧୭ଟି ବଗି ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୭୫ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୭୯୩ ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ବେଳେ ୩୮୨ ଜଣ ଚିକିତ୍ସାଧୀନ ଅଛନ୍ତି।