ଦୁବାଇରେ କଳିଙ୍ଗ ଉତ୍ସବ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ହାଣ୍ଡିସାଳ ଓଏସୟୁଏଇ ଆନୁକୂଲ୍ୟରେ ଦୁବାଇ ହରିଜନ ଇଣ୍ଟର ନେସନାଲ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି, “ଓଡ଼ିଆ ଫୂଡ଼ ଫେଷ୍ଟିଭାଲ” । ଏଥିରେ ହାଣ୍ଡିସାଳ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟଞ୍ଜନର ମଜା ନେଇଥିଲେ ପ୍ରବାସୀ ଓଡ଼ିଆ ଭାଇ, ଭଉଣୀ ମାନେ । ୫୦ରୁ ଉର୍ଦ୍ଧ୍ଵ ଷ୍ଟଲ ଲାଗିଥିବା ବେଳେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ବିଭିନ୍ନ ପ୍ରକାରର ମିଠା ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ସୁଦୂର ଦୁବାଇରେ ଖାଇବାର ମଜା ନେବା ପାଇଁ ଶତାଧିକ ଓଡ଼ିଆ ପରିବାର ଲୋକଙ୍କ ସହିତ ଏହି ଉତ୍ସବରେ ଯୋଗ ଦେଇଥିଲେ । ଉତ୍ସବରେ ଖାଦ୍ୟ ସାମଗ୍ରୀର ମଜା ସାଙ୍ଗକୁ ବିଭିନ୍ନ ପ୍ରକାର ରଙ୍ଗା ରଙ୍ଗ କାଯ୍ୟକ୍ରମ ସହ, ଗୀତ, ନାଚ, ବକ୍ତୃତାର ଖୁବ ମଜଗୁଲ ଥିଲେ ଓଡ଼ିଆ ପ୍ରେମୀ ।

ରିପୋର୍ଟ : ଆକାଶ ମିଶ୍ର