ଦୁଦୁରୁକୋଟ ପଞ୍ଚାୟତରେ ଶ୍ରମିକ ବଦଳରେ ମେସିନ କରୁଛି ମନରେଗା କାମ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଦୁଦୁରୁକୋଟ ପଞ୍ଚାୟତରେ ବିନା ସୂଚନା ଫଳରେ କେମିତି କରୁଛନ୍ତି ମନରେଗା ଯୋଜନା କାମ । ଜବ କାର୍ଡ ଶ୍ରମିକ ମାନେ ଭୋକ ଉପାସରେ ଜୀବନ ବିତାଉଛନ୍ତି ।ସରକାର ମନରେଗା କାମରେ କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଜବ କାର୍ଡ ଧାରିକୁ ମନରେଗା କାମରେ ନିୟୋଜିତ କରି ନିଜ ପରିବାର ପ୍ରତିପୋଷଣ କରିପାରିବେ ଚିନ୍ତା କରିଛନ୍ତି । କିନ୍ତୁ ଏହି ପଞ୍ଚାୟତରେ ଯାହା ଗରିବ ଜବ କାର୍ଡ ଧାରି ପାଉନାହାନ୍ତି କାମ କିନ୍ତୁ ଦୁଦୁରୁକୋଟ ସରପଞ୍ଚଙ୍କ ସ୍ୱାମୀ ମେସିନ ଲଗାଇ ଶ୍ରମିକ ପେଟକୁ ଲାତ ମାରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗରିବ ଜବ କାର୍ଡ ଧାରି ଲୋକ ମାନେ ପ୍ରତିପୋଷଣରୁ ବଞ୍ଚିତ ହେଉଛନ୍ତି ଏମିତି ଉନ୍ନତିମୂଳକ ଯୋଜନା କାମ ଆସୁଛି ପିସି ନେଉଥିବା ଅଭିଯୋଗ ହେଉଛି ଯଥା -ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରାସ୍ତା ଏମିତି ଅନେକ ଯୋଜନାରେ ପ୍ରଚୁର ପରିମାଣରେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯିଏ ପିସି ଦେଉନାହାନ୍ତି ସରପଞ୍ଚ ସ୍ୱାମୀ ମଦ ପିଇ ଆସି ଧମକ ମିଳୁଥିବା ଏମିତିକି ଜୋରଜବରଦସ୍ତ ଦଶ ହଜାରରୁ ପନ୍ଦର ହଜାର ନେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏଥିପାଇଁ ଲୋକମାନଙ୍କୁ ସଚେତନ ଏବଂ ବ୍ଲକ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ରିପୋର୍ଟ : ଶୁଭମ ପାଣି