ଦୁଇ ହଜାର ଟଙ୍କିଆ ନୋଟ କଣ ଏବେଠୁଁ ଅଚଳ ?

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଦୁଇହଜାର ଟଙ୍କିଆ ନୋଟ କଣ ଏବେଠୁଁ ଅଚଳ ? ଦୁଇ ହଜାର ଟଙ୍କିଆ ନୋଟ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତ୍ୟାହାର ହେବା ଖବର ପ୍ରଚାରିତ ହେବା ପରେ ବର୍ତ୍ତମାନ ସାଧାରଣ ଜନତା ବିଶେଷ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ରିଜର୍ଭ ବ୍ୟାଙ୍କ ଦୁଇ ହଜାର ଟଙ୍କିଆ ନୋଟ ଦୋକାନୀ କିମ୍ବା ବେପାରୀ ନ ନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରିଥିଲେ ମଧ୍ୟ ଅନେକ ସ୍ଥାନରେ ଦୋକାନୀମାନେ ଏହା ନେଉ ନ ଥିବାରୁ ଲୋକେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଗ୍ରାମାଞ୍ଚଳରେ ୨ ହଜାର ଟଙ୍କିଆ ନୋଟ ନେବାକୁ କିମ୍ବା ବଦଳକୁ ଭୟ କରୁଛନ୍ତି । ଲୋକମାନେ ସେପ୍ଟେମ୍ବର ୩୦ ଯାଏ ବ୍ୟାଙ୍କରେ ବଦଳ କରିପାରିବେ ବୋଲି ସମୟ ଦିଆଯାଇଥିଲେ ସୁଦ୍ଧା ଏପରିକି ସହରାଞ୍ଚଳରେ ମଧ୍ୟ ଦୁଇ ହଜାର ଟଙ୍କିଆ ନୋଟକୁ ନେବାକୁ ଭୟ କରୁଥିବା ଦେଖିବାକୁ ମିଳୁଛି ।କାହିଁକି ନା ଅତି ନିକଟରେ ଘଟିଥିବା ବିମୁଦ୍ରାକରଣର ସମ୍ମୁଖୀନ ହୋଇ ଲୋକେ କିପରି ହଇରାଣ ହୋଇଥିଲେ ତାହା ମନେ ପଡିଯାଉଛି । ସେଥିପାଇଁ ଲୋକେ ପ୍ରବଳ ଭୟ କରୁଛନ୍ତି । ବର୍ତ୍ତମାନ ଦୁଇ ହଜାର ଟଙ୍କିଆ ନୋଟ ନେବାକୁ ବାଧ୍ୟ । ଏହା ଆଇନତଃ ବୈଧ। ଏହାକୁ ଗ୍ରହଣ କରିବାକୁ କେହି ବି ମନା କରିପାରିବେ ନାହିଁ। ତଥାପି ଅନେକ ସ୍ଥାନରେ ଲୋକମାନେ ୨ ହଜାର ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି । ବ୍ୟାଙ୍କ ବଦଳରେ ଲୋକମାନେ ପେଟ୍ରୋଲ ପମ୍ପ ଓ ବଡ଼ବଡ଼ ଦୋକାନରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବାକୁ ଚାହୁଁଥିଲେ ମଧ୍ୟ କିଛି ପେଟ୍ରୋଲ ପମ୍ପ ଆଉ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ସିଧାସିଧା ମନା କରି ଦେଉଛନ୍ତି। ଆଜି ଦିଲ୍ଲୀର ସାଉଥ ଏକ୍ସଟେସନ ପାର୍ଟ -୧ରେ ଥିବା ଗୋଟିଏ ପେଟ୍ରୋଲ ପମ୍ପରୁ ଏହି ଅଭିଯୋଗ ଆସିଛି। ଏଠାରେ କାର୍ଯ୍ୟରତ ଜଣେ ପେଟ୍ରୋଲ ପମ୍ପ ଆଟେଡାଣ୍ଟଙ୍କୁ ଜଣେ ବ୍ୟକ୍ତି ୨ ହଜାର ଟଙ୍କିଆ ନୋଟ ଦେଇଥିବା ବେଳେ ସେ ଏହାକୁ ଗ୍ରହଣ କରିନାହାନ୍ତି। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ବ୍ୟକ୍ତି ଜଣଙ୍କ ଏନେଇ କୋଟଲା ପୁଲିସ୍‌ ଷ୍ଟେସନରେ ବିଧିବଦ୍ଧ ଭାବେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ସେ ସାଉଥ ଏକ୍ସଟେସନ ପାର୍ଟ-୧ରେ ଥିବା ଗୋଟିଏ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏଠାରେ ସେ ତାଙ୍କ ଗାଡ଼ିରେ ୪ ଶହ ଟଙ୍କାର ତେଲ ପକାଇଥିଲେ। ବିଲ୍‌ ବାବଦରେ ସେ ପେଟ୍ରୋଲ ପମ୍ପ ଏଜେଣ୍ଟଙ୍କୁ ୨ ହଜାର ଟଙ୍କିଆ ନୋଟ ଦେଇଥିଲେ।କିନ୍ତୁ ପେଟ୍ରୋଲ ପମ୍ପ ଏଜେଣ୍ଟ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ଏପରିକି ବ୍ୟକ୍ତି ଜଣଙ୍କ ଏହି ଏଜେଣ୍ଟଙ୍କ ବିରୋଧରେ ପୋଲିସ୍‌ରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ। ପୋଲିସ୍‌ ତାଙ୍କ ଅଭିଯୋଗର ଯାଞ୍ଚ କରିବା ସହ ପେଟ୍ରୋଲ ପମ୍ପ ଏଜେଣ୍ଟକୁ ଡାକି ଅଧିକ ପଚରାଉଚରା କରିଥିବା ଜଣାପଡ଼ିଛି। ବଡ ଦୁର୍ଭାଗ୍ୟଯେ ଦୁଇ ହଜାର ଟଙ୍କିଆ ନୋଟ ଅଚଳ ହୋଇଯିବ ବୋଲି ଘୋଷଣା ଶୁଣି ଏବେଠୁ ଏହି ନୋଟ ଅଚଳ ।