ଦୁଇ ଅପରାଧୀ ମଧ୍ୟରେ ଗଣ୍ଡଗୋଳ : ଛୁରା ମାଡ଼ରେ ଜଣେ ମୃତ୍ୟୁ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦୁଇ ଅପରାଧୀଙ୍କ ମଧ୍ୟରେ ଗଣ୍ଡଗୋଳ । ଜଣେ ଅପରାଧୀର ଛୁରା ମାଡରେ ଅନ୍ୟ ଜଣେ ଅପରାଧୀର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଅପରାଧୀ ଜଣକ ବଚନ ସ୍ବାଇଁ ବୋଲି ଜଣାପଡିଛି । ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । କଙ୍ଗାରୁ ଭୂୟାଁ, ବଚନ ସ୍ବାଇଁକୁ ଛୁରି ଭୁସୀ ହତ୍ୟା ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲ ଆଣିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଅଭିଯୁକ୍ତ କଙ୍ଗାରୁ ହତ୍ୟା ମାମଲାରେ ଗିରଫ ହୋଇ ସଜା କାଟୁଥିଲେ । ବଚନ ସ୍ବାଇଁ ମଧ୍ୟ ଜଣେ ପୁରୁଣା ଅପରାଧୀ ଭାବେ ପରିଚିତ । ଦୀର୍ଘ ଦିନ ଧରି କଙ୍ଗାରୁ ଭୂୟାଁ ଏବଂ ବଚନ ସ୍ବାଇଁ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା ବୋଲି ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା