ଦୁଇଦିନିଆ ଓଡିଶା ଗସ୍ତରେ ଆସି ଆର୍ମି ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ପ୍ରଦାନ କଲେ ରାଷ୍ଟ୍ରପତି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦୁଇଦିନିଆ ଓଡିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ପୂର୍ତ୍ତି ଅବସରରେ ଅଂଶ ଗ୍ରହଣ କରି କଲର୍ସ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ପ୍ରଦାନ ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ସୁରକ୍ଷା ପାଇଁ ବିଶେଷ ଅବଦାନ କ୍ଷେତ୍ରରେ ରେଜିମେଣ୍ଟକୁ ଏହି ସମ୍ମାନ ଦିଆଯାଇଥାଏ । ଏହାପରେ ତାଙ୍କ ଅଭିଭାଷଣରେ ସେ ପୁରସ୍କାର ପ୍ରଦାନ କରି ସନ୍ତୋଷ ପ୍ରକାଶ କରିଥିବା ଜଣାଇ ଭାରତୀୟ ସେନାର ଗୌରବ ବଖାଣି ଥିଲେ । ଏହାସହ ଏକତା, ଅଖଣ୍ଡତା ଓ ସାର୍ଵଭୌମତ୍ୱ ପାଇଁ ଅବଦାନକୁ ପ୍ରଶଂସା କରିଥିଲେ । ଏହାପରେ ରାଷ୍ଟ୍ରପତି ଗୋଳାବନ୍ଧ ଏୟାର ଡିଫେନ୍ସ କଲେଜରେ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ପ୍ରଦାନ କରିଥିଲେ । ଆୱାର୍ଡ ପ୍ରଦାନ କରିବା ପରେ ଉଦବୋଧନ ଦେଇଥିଲେ । ଦୀର୍ଘବର୍ଷ ଧରି ଉଲ୍ଲେଖନୀୟ ସେବା ଯୋଗାଇ ଆସୁଥିବାରୁ ଏହି ଆର୍ମି ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ପ୍ରଦାନ କରାଯାଇଥିବା କୁହାଯାଇଛି । ୧୯୮୯ରେ ସ୍ୱୟଂଶାସିତ ସଂସ୍ଥାର ମାନ୍ୟତା ପାଇବା ପରଠାରୁ ଏହି କଲେଜ ମୁଖ୍ୟତଃ ସ୍ଥଳସେନାର ଏୟାର ଡିଫେନ୍ସ ଯବାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛି । ପ୍ରାୟ ୨୫ ବର୍ଷ ତଳେ ଏୟାର ଡିଫେନ୍ସକୁ ଆର୍ଟିଲାରି ରେଜିମେଣ୍ଟରୁ ଅଲଗା କରାଯାଇଥିଲା ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆର୍ମି ଜେନେରାଲ ବିପିନି ରାୱତ, ସେନା ବାହୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର, ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା