ଦୁଃଖ ସହିବାକୁ ଆଉ ନାହିଁ ସାହସ ଭଜନ ଭିଡିଓ ସଙ୍ଗୀତର ଶୁଭାରମ୍ଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଭାବପୂର୍ଣ୍ଣ ଭଜନ ଭିଡିଓ ସଙ୍ଗୀତ ପ୍ରସ୍ତୁତ କରିଛନ୍ତି ବ୍ରହ୍ମପୁରର ରବୀନ କ୍ରିଏସନ୍ସ୍ । ଏକ ସୁନ୍ଦର କାହାଣୀ ପରିକଳ୍ପନା ସହ ଏକ ପାରମ୍ପରିକ ଚିରାଚରିତ କାହାଣୀ ଠାରୁ ଏକ ଭିନ୍ନ ସ୍ୱାଦର ସମ୍ପୂର୍ଣ୍ଣ ଓଡିଆଙ୍କର ନିତିଦିନିଆ ଚାଲିଚଳନକୁ ନେଇ ଏହା ପରିକଳ୍ପିତ । ଏକ ସୁନ୍ଦର ଭଜନ ସଙ୍ଗୀତ ମହାପ୍ରଭୁଙ୍କ ଉଦ୍ଧେଶ୍ୟରେ ସମର୍ପଣ କରି ପ୍ରସ୍ତୁତ କରିଛନ୍ତି ରବିନ କ୍ରିଏ ସନ୍ସ । ପବିତ୍ର ହେରା ପଞ୍ଚମୀରେ ଶୁକ୍ରବାର ଏହି ଗୀତର ଭିଡ଼ିଓ ସଙ୍ଗୀତର ଉନ୍ମୋଚନ ଜେନାସାହି କଲ୍ୟାଣ ମଣ୍ଡପ ପରିସରରେ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସନ୍ତୋଷ କୁମାର ମହାନ୍ତି ଏବଂ ସମ୍ମାନୀତ ଅତିଥି ଭାବେ କାଲାଞ୍ଜଳି ଟ୍ରଷ୍ଟର ମୁଖ୍ୟ ପରୀ ଚାଳିକା ରାମେଶ୍ୱରୀ ନନ୍ଦ ଯୋଗ ଦେଇଥିଲେ । ଏହି ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବ୍ରହ୍ମପୁର ସହରର ଉଦିୟମାନ ଯୁବକ ପ୍ରଭାତ ପ୍ରତିନିଧି ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରବିନ ସାହୁ । ଭିଡିଓ ଚିତ୍ରୋତଳନ ଦାୟିତ୍ୱରେ କୁରେଶ (ଆର.କେ) ସମ୍ପାଦନା ଭାବେ ଦିନେସ କୁମାର ଗୌଡ଼ । ଗୀତକୁ ନିଜର ସୁମଧୁର ଭାବପୂର୍ଣ୍ଣ କଣ୍ଠରେ ଗାଇଛନ୍ତି ତୁମ୍ବେଶ କୁମାର । ଗୀତଟିକୁ ଖୁବ ସୁନ୍ଦର ସଂଯୋଜନା କରିଛନ୍ତି ସାଇ ଲକ୍ଷଣ । ଭଜନରେ ଅଭିନୟ କରିଛନ୍ତି ଈଶା ଭିଜନର ପରିଚାଳନା ନିର୍ଦ୍ଦେଶକ ତଥା ପ୍ରଯୋଜକ ସନ୍ୟାସୀ ମହାରଣା ଏବଂ ବରିଷ୍ଟ ସାମ୍ବାଦିକ, କଳାକାର, ଗାୟକ ସୁଦୀପ କୁମାର୍ ସାହୁ, ଏହା ସହ ଆକାଶବାଣୀର ଉପସ୍ଥାପିକା ରଶ୍ମିତା ସାମଲ ଏବଂ କମଳ ପାତ୍ର ମଧ୍ୟ ଅଭିନୟ କରିଛନ୍ତି । ଏଥିରେ ସହଯୋଗ କରିଛନ୍ତି ବଦ୍ରୀନାଥ ପଣ୍ଡା ଓ ଚିକୁ ପ୍ରତିନିଧି । ରଥ ଯାତ୍ରା ସମୟରେ ଜଗନ୍ନାଥଙ୍କ ଭଜନଟି ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଇଛି । ଗଞ୍ଜାମ ଜିଲ୍ଲାର କଳାକାରଙ୍କ ଦ୍ଵାରା ଏହା ସମ୍ପୁର୍ଣ୍ଣ ପ୍ରସ୍ତୁତ କରାଯାଇଛି ବୋଲି ଜଣାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା