ଦୀପାବଳିରେ ନୃତ୍ୟଶିକ୍ଷା ପକ୍ଷରୁ ଜେଲ ପରିସରରେ ମନୋରଞ୍ଜନ କାର୍ଯ୍ୟକ୍ରମ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପିତ୍ର ଦୀପାବଳିରେ କେବଳ ପୂର୍ବପୁରୁଷଙ୍କ ଶ୍ରଦ୍ଧ ନୁହେଁ ବରଂ ଆଲୋକର ପର୍ବରେ ସମସ୍ତ ଅନ୍ଧକାରକୁ ଦୂର କରି ନିଜ ଜୀବକୁ ଆନନ୍ଦମୁଖର କରିବା ପ୍ରତ୍ୟେକଙ୍କ କର୍ତ୍ତବ୍ୟ ବୋଲି ଦୀପାବଳି ଅବସରରେ ଜଳେଶ୍ୱର ଉପକାରାଗାରରେ ଅଧ୍ୟକ୍ଷା ଅନୁସୂୟା ଷଡଙ୍ଗୀ ଆୟୋଜିତ ଉତ୍ସବରେ ମତପ୍ରକାଶ କରିଛନ୍ତି । ଜଳେଶ୍ୱର ଉପକାରାଗାରରେ ୧୪୦ଜଣ ବିଚାରାଧିନ କଏଦି ଥିବା ବେଳେ ସେମାନଙ୍କ ମନରୁ ବିଦ୍ୱେଷ, ହିଂସା ଦୂରଲାଗି ଜଳେଶ୍ୱରସ୍ଥିତ ଅଗ୍ରଣୀ ପ୍ରତିଷ୍ଠାନ ନୃତ୍ୟଶିକ୍ଷା ଫାଉଣ୍ଡେସନର ଶିଳ୍ପୀମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର କୁନି କୁନି ଶିଳ୍ପୀ ମାନଙ୍କ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଜେଲର ଅନ୍ତେବାସୀମାନେ ମଧ୍ୟ ଏଥିରେ ଭାଗ ନେଇଥିଲେ । ନୃତ୍ୟଶିକ୍ଷା ଫାଉଣ୍ଡେସନର ପ୍ରତିଷ୍ଠାତା ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମର ଆୟୋଜ କରିଥିଲେ । ଜେଲ ପରିସରରେ ଏକ ନିଆରା ଢଙ୍ଗରେ ଦୀପାବଳି ପାଳନ ଅବସରରେ ସମସ୍ତେ ଏହାର ମଜା ନେଇଥିଲେ ।

ରିପୋର୍ଟ : ଭୂପତି ପରିଡା