ଦୀନକୃଷ୍ଣ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଏବଂ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ନାମରେ ନାମିତ ଦୀନକୃଷ୍ଣ କଲେଜରେ ଦୁଇଦିନ ଧରି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳନ ହୋଇଯାଇଛି । ଗତ ରବିବାର କଲେଜ ପଡିଆରେ ସମୁହ ପ୍ୟାରେଡ୍ ଅନୁଷ୍ଠିତ ହୋଇ ଥିବାବେଳେ କଲେଜ ଅଧ୍ୟକ୍ଷ ପତାକା ଉତ୍ତୋଳନ ଓ ଅଭିବାଦନ ଗ୍ରହଣ କରିଥିଲେ । ଆଜି ଶିକ୍ଷାର୍ଥୀମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆତଙ୍କବାଦୀ ଆକ୍ରମଣ ବେଳେ ଦୁର୍ଗମ ଅଂଚଳରେ ନିଜର ସୁରକ୍ଷା ସହିତ ସେମାନଙ୍କୁ ଆକ୍ରମଣର ଏକ ପ୍ରତୀକ ଘଟଣା ପ୍ରଦର୍ଶିତ କରିଥିଲେ । ଏହା ବ୍ୟତିତ ଓଡିଶୀ, ସମ୍ବଲପୁରୀ ଓ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆଯୋଜିତ ସଭାରେ ଅଧ୍ୟକ୍ଷ ଡ. ରମେଶଚନ୍ଦ୍ର ରାଉତ ଅଧ୍ୟକ୍ଷତା କରି ଶୃଙ୍ଖଳାଶିକ୍ଷାର୍ଥୀଙ୍କ ପ୍ରଥମ ଶିକ୍ଷଣିୟ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ମେଜର ଡ. ଉଜ୍ଜଳ କୁମାର ପଣ୍ଡା ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ର ଓ ଯୁବବାହିନୀ ଆତଙ୍କ ବାଦର ମୁକାବିଲା, ଦୈବଦୁର୍ବିପାକ ବେଳେ ଜରୁରୀକାଳିନ ସହାୟତା ପରିଶେଷରେ ସୈନ୍ୟବାହିନୀଙ୍କ ମାତୃଭୂମୀ ପ୍ରତି କର୍ତ୍ତବ୍ୟ ଓ ନିଷ୍ଠା ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥିଭାବେ ଡ. ହିମାଂଶୁ ସାମଲ, ରାଧାରଂଜନ ସେନାପତି, ସନ୍ୟାସୀ ପାତ୍ର, ଦୀପକ ସେନାପତି, ସନ୍ତୋଷ ବେହେରା, ବିରଂଚି ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ସମର ଶିକ୍ଷାର୍ଥି ବାହିନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଏନ୍‌ସିସି ଦାୟିତ୍ୱରେ ଥିବା ଧନେଶ୍ୱର ସେଠୀ ସୂଚନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା