ଦିଲ୍ଲୀ ଦଙ୍ଗାରେ ପୋଲିସ୍ ପକ୍ଷରୁ ଷଡଯନ୍ତ୍ର ପ୍ରତ୍ୟାହାର ହେଉ : ସିପିଏମ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସିପିଏମର ଜଳେଶ୍ୱର ଲୋକଲ କମିଟି ପକ୍ଷରୁ ଦିଲ୍ଲୀ ଦଙ୍ଗା ସଂପର୍କରେ ଜାତୀୟ ନେତା ଓ ଶିକ୍ଷାବିତ୍ ମାନଙ୍କ ବିରୋଧରେ ଦିଲ୍ଲି ପୋଲିସ୍ ପକ୍ଷରୁ ଷଡଯନ୍ତ୍ର ମାମଲା ଦାଏର ହୋଇଥିବାରୁ ଏହା ବିରୋଧରେ ଏକ ପ୍ରତିବାଦ ବିକ୍ଷୋଭ ଜଳେଶ୍ୱର ଷ୍ଟେସନ ଛକ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଚାର୍ଜସିଟରେ ସପିଏମ୍‌ର ସର୍ବଭାଗରୀତୟ ସଂପାଦକ ସୀତାରାମ ୟେତୁରୀ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଜୟନ୍ତୀ ଘୋଷ, ଦିଲ୍ଲି ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବା ନନ୍ଦ, ସ୍ୱରାଜ ଇଣ୍ଡିାର ସଭାପତି ଯୋଗେନ୍ଦ୍ର ଯାଦବ, ଚଳଚିତ୍ର ନିର୍ମାତା ରହୁଳ ରାୟ ପ୍ରମୁଖ ପୁଲିସ୍‌ର ଚାର୍ଜସିଟରେ ଷଢଯନ୍ତ୍ରକାରୀଭାବେ ଦାଖଲ ହୋଇଛି । ବିଜେପି ନେତା ମାନଙ୍କର ଏଥିରେ ଉସ୍‌କାଣୀ ମୂଳ ବ୍ୟକ୍ତବ୍ୟ ଏକ ଫାସିବାଦୀ ଷଡଯନ୍ତ୍ର ବୋଲି ଆଜି ବିକ୍ଷୋଭରେ କହୁଯାଇଛି । ଏହି ବିକ୍ଷୋଭରେ ଦିଲ୍ଲିପ କୁମାର ଗିରି, ସିତାଂଶୁ ସେନାପତି, ତାପସୀ ପ୍ରହରାଜ, ପଲ୍ଲୁ ଦାସ, ରବିନ୍ଦ୍ର ବାରିକ, ସେକ୍ ଅବଦୁଲ ସାଦିକ, ଗଣେଶ ଭୂୟାଁ, ଜତିନ ଜେନା, ଜୀବନ ପରିଡା, ସେକ୍ ଅବଦୁଲ ଦାଦ୍ଦିକ, ବସନ୍ତ ପ୍ରଧାନ, ସେକ୍ ସିତାରୁଦ୍ଦିନ, ସେକ୍ ହବିବୁଦ୍ଦିନ, ଅବଦୁଲ ରହିମ, ଅରୁଣ ରାୟ, ମଦନ ମହାଲି, ପରେଶ ନନ୍ଦି, ଅକ୍ଷୟ ମହାନ୍ତି, ସେକ୍ ଆୟବୁ, ପ୍ରଶାନ୍ତ ଧଳ, ସେକ୍ ସୁଦିଅେ, ଝଣ୍ଟୁ ସ୍ୱାଇଁ ପ୍ରମୁଖ ନେତୃତ୍ୱ ନେଇଥିଲେ ।