ଦିଲ୍ଲୀରେ ଲକଡାଉନ୍ କୋହଳ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆସନ୍ତାକାଲି ଠାରୁ ଲକଡାଉନ କୋହଳ ହେବ ବୋଲି ଯାହା ଗୁଜବ ଶୃଷ୍ଟି ହୋଇଛି ସେପରି କୋହଳ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ଠାରୁ ଦେଶର କିଛି ସ୍ଥାନରେ ଲକଡାଉନ କୋହଳ କରାଯାଉଥିବା ଖବର ହସ୍ତଗତ ହୋଇଥିବା ବେଳେ ଦିଲ୍ଲୀରେ କିନ୍ତୁ ଲକଡାଉନ କଡାକଡି ପାଳନ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଆସନ୍ତାକାଲି ଠାରୁ କେନ୍ଦ୍ର ସରକାର ଅନେକ ସେବା ଉପରୁ ସର୍ତ୍ତ ମୂଳକ କଟକଣା ପ୍ରତ୍ୟାହାର କରୁଥିବା ଜଣାପଡିଛି । ଏହାକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଲକଡାଉନ କୋହଳ କରିବେ ବୋଲି ଯାହା ଆଶା କରା ଯାଉ ଥିଲା ତାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି । କରୋନା ଭୁତାଣୁ ସଂକ୍ରମଣର ଭୟାବହତାକୁ ନେଇ ମୁଖ୍ୟମନ୍ତ୍ରୀ କଡ଼କାଡ଼ି ଭାବରେ ଲକଡାଉନ୍ ଗାଇଡ୍ ଲାଇନ୍ ନିୟମ ପାଳନ ଜାରି ରହିବ ବୋଲି ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଦିଲ୍ଲୀର ୧୧ଟି ଜିଲ୍ଲା ହଟସ୍ପଟ ରହିଛି । ତେଣୁ ଦିଲ୍ଲୀ ବାସୀ କଟକଣା ଭିତରେ ରହିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି । ଆଗାମୀ ସପ୍ତାହେ ଯାଏ ସ୍ଥିତି ସମୀକ୍ଷା କରାଯିବା ପରେ ଯଦି ସ୍ଥିତିରେ ଉନ୍ନତୀ ଆସିବ ବୋଲି ସମୀକ୍ଷାରେ ଜଣାପଡେ ତାହେଲେ ସର୍ତ୍ତମୂଳକ ଭାବେ କୋହଳ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଗତ ଶନିବାର ଦିନ ଦିଲ୍ଲୀରେ ୧୮୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଅସ୍ୱାଭାବିକ ରହିଛି । ସେ ଆହୁରି କହିଛନ୍ତି, ଯେଉଁଠାରେ ଲୋକମାନେ ନିର୍ଦ୍ଦେଶ ପାଳନ କରୁଛନ୍ତି ସେଠାରେ ମାମଲା ବୃଦ୍ଧି ହେଉନାହିଁ । ତେବେ କିଛି ସ୍ଥାନରେ ଲୋକମାନେ ନିର୍ଦ୍ଦେଶ ପାଳନ କରୁ ନ ଥିବାରୁ ମାମଲା ବଢ଼ୁଛି । ଯଦିଓ ମାମଲା ବଢ଼ୁଛି ତଥାପି ପରିସ୍ଥିତି ନିୟନ୍ତ୍ରଣରେ ରହିଛି ତାକୁ ଆଗାମୀ ସପ୍ତାହରେ ସମୀକ୍ଷା ପରେ କୋହଳ କରାଯିବ କି ନାହିଁ ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ।

ରିପୋର୍ଟ : ଶୁଧାଂଶୁ ଶେଖର