ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବାଲିପଡା ଠାରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ତ୍ରୀସ୍ତରୀୟ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବା ସହ ସମସ୍ତ ଓ୍ବାର୍ଡ, ପଞ୍ଚାୟତର ସମିତିସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେବା ନିମନ୍ତେ ସ୍ଥିର କରାଯାଇଛି । ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟାନନ୍ଦ ଦାସ ପରିଚାଳନା କରିଥିଲେ । ଏଥିରେ ଉପସଭାପତି ପରେଶ ରଥ, ପ୍ରଶାନ୍ତ କର, ମଣ୍ଡଳ ସଭାପତି ଏ.ନନ୍ଦକିଶୋର, ଡ଼.ସୁବାସ ସାହୁ, ପ୍ରଭାତ ଷଡ଼ଙ୍ଗୀ, ପ୍ରଶାନ୍ତ ପୁଜାରୀ, ପ୍ରଶାନ୍ତ ପାଢୀ, ରଘୁନାଥ ଗୌଡ, ବାପି ପ୍ରଧାନ, ଏ.ବାବୁଲା ପାତ୍ର, ଏକାଦଶୀ ସେଠୀ, ମିଟୁ ଦୋରା, ଦୁର୍ଗା ଗୌଡ, ଦୀପକ ମହାପାତ୍ର, ଜିତେନ୍ଦ୍ର ସେଠୀ, ସନ୍ତୋଷ ଗୌଡ, ରାକେଶ ପଣ୍ଡା, ଫକିର ବେହେରା, ଚନ୍ଦନ ମହାରଣା, ଲଳିତ ବିଶୋଇ, ଶୁଶାନ୍ତ ବିଶୋଇ, ସୁଦାମ ବେହେରା, ଜୟରାମ ରାଉଡ, ଯୋଗୀ ରେଡ୍ଡୀ, ସିମା ସାସମଲ ଇତ୍ୟାଦି ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ନେତା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ବିଶୋଇ ସଂଜଯୋନା କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା