ଦଦରଲୁଣ୍ଡାରେ ବୋମା ମାଡ଼ : ଜଣେ ମୃତ…

ଭଞ୍ଜନଗର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଦଦରଲୁଣ୍ଡା ଗ୍ରାମରେ ରାତି ପ୍ରାୟ ୮ଟା ସମୟରେ ବୋମା ମାଡ଼ ହୋଇଛି । ଏଥିରେ ଗ୍ରାମର କିଛି ଜଣ ଆହତ ହୋଇଥିବା ଜଣାପଡିଛି । ଜଣେ ଗୁରୁତର ଯୁବକ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । ଗତକାଲି ସନ୍ଧ୍ୟାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଫଳରେ ଯୁକ୍ତିଯୁକ୍ତ ଉଗ୍ର ରୂପ ଧାରଣ କରିବା ସହ ବୋମା ମାଡ଼ ହୋଇଥିଲା । ଏହି ବୋମା ମାଡ଼ କୃଷ୍ଣ ଗୌଡ଼ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗୁରୁତର ହେବାରୁ ତାକୁ ଡାକ୍ତର ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ହେଲେ ୧୦୮ ଯୋଗେ ବ୍ରହ୍ମପୁର ନେବା ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି । ସେହିପରି ଦୁଇ ଗୋଷ୍ଠୀର ଆଉ କିଛି ଯୁବକ ଏଥିରେ ଆହତ ହୋଇଥିବା ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ରିପୋର୍ଟ : ନିଲୁ ବିଷୋୟୀ