ଥାନା ପାଖରୁ ଡିକି ଭାଙ୍ଗି ଟଙ୍କା ଲୁଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୩ ଦିନରେ ୩ଟି ଲୁଟ ଜଳେଶ୍ୱର ପୋଲିସ୍‌ର ନିଦ ହଜାଇ ଦେଇଛି । ୨ ଦିନ ତଳେ ୩ଲକ୍ଷ ଟଙ୍କାର ଗହଣା ଲୁଟ ହୋଇଥିବା ବେଳେ ଗତକାଲି ୫୦ ହଜାର ଟଙ୍କା ଡିକି ଭାଙ୍ଗି ଲୁଟ ହାଇଥିଲା । ଆଜି ଶୁକ୍ରବାର ମଧ୍ୟାହ୍ନରେ ଜଳେଶ୍ୱର ଥାନା ଠାରୁ ମାତ୍ର ୩୦ ମିଟର ଦୂର ଜଗଧାତ୍ରୀ ମିଠା ଦୋକାନ ନିକଟରୁ ୧ଲକ୍ଷ ଟଙ୍କା ବାଇକ୍ ଡିକି ଭାଙ୍ଗି ଲୁଟ ହେବା ଘଟଣା ପୋଲିସ୍ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ସିଂଲା ଥାନା ଅନ୍ତର୍ଗତ ଚଡଚୋରମରା ଗାଁର ଅନୁପ ଘୋଷ ନିଜ ଜମି ରେଜେଷ୍ଟି ଲାଗି ଜଳେଶ୍ୱର ଆସିଥିଲେ । ସେଠାରୁ ୧ଲକ୍ଷ ଟଙ୍କା ଧରି ନିଜ ବାଇକ୍ ଡିକିରେ ରଖି ଥାନା ପାଖ ମିଠା ଦୋକାନରେ ଜଳଖିଆ ଖାଇଥିଲେ । ଦୋକାନରୁ ଫେରି ନିଜ ବାଇକ୍ ଡିକି ଭଙ୍ଗା ଯାଇଥିବାର ଦେଖି ଆଶ୍ୱର୍ଯ୍ୟ ହୋଇଥିଲେ । ଟଙ୍କା ଲୁଟ ହୋଇ ଥିବାର ଜାଣି ଶ୍ରୀ ଘୋଷ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ତେବେ ଏପରି ପ୍ରତିଦିନ ଲୁଟ ହେଉଥିବାରୁ ପୁଲିସ୍‌ର ପାରିବାପଣିଆକୁ ଅଂଗୁଳି ନିର୍ଦ୍ଦେଶ କରୁଛି ବୋଲି ସାଧାରଣରେ ଚଚ୍ଚା ହେଉଛି ।

ରିପୋର୍ଟ : ଭୂପତି ପରିଡା