ଥାନା ପରିସରରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋଳନ୍ତରା ଥାନା ପରିସରରେ କିରୋସିନ ଢାଳି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ବେଳେ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ସନ୍ତୋଷ ସାମନ୍ତରାୟ ଓରଫ କାଳିଆ ଗୋଳାନ୍ଥରା ଥାନା ପରିସରରେ ଗତକାଲି ନିଜ ଶରୀରରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଥାନା ପରିସରରେ ନିଆଁ ଲାଗିବା ପରେ ଥାନା ମଧ୍ୟକୁ ସେ ପଶି ଯାଇଥିଲେ । ତୁରନ୍ତ ପୋଲିସ ତାଙ୍କୁ ଥାନା ମଧ୍ୟରୁ ନିଆଁ ଲାଗିଥିବା ଅବସ୍ଥାରେ ଅତି ସତର୍କତାର ସହ ଉଦ୍ଧାର କରି ଏମକେସିଜି  ମେଡିକାଲରେ ଭର୍ତ୍ତି କରାଇଥିଲେ । କାଳିଆଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମଧ୍ୟରାତ୍ରରେ ଭୁବନେଶ୍ୱର ସୋମ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ସେଠାରେ ଆଜି ସକାଳେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ହେଲେ କାଳିଆ କଣ ପାଇଁ ଥାନାକୁ ଯାଇଥିଲେ, ତାଙ୍କର ଅଭିଯୋଗ କଣ ଥିଲା ସେ ନେଇ ତନାଘନା ଆରମ୍ଭ ହୋଇଯାଇଛି । କାଳିଆ କୌଣସି ଜଣେ ବ୍ୟକ୍ତିଙ୍କ ନାମରେ ଅଭିଯୋଗ କରିବାକୁ ଯାଇଥିଲେ ବୋଲି ସୂଚନା ମିଳୁଛି । ତେବେ ସେ ଲିଖିତ ଭାବେ ଅଭିଯୋଗ ନ କରି ମୌଖିକ ଅଭିଯୋଗ କରିଥିଲେ ବୋଲି କୁହାଯାଉଛି । ସେ ଲିଖିତ ଅଭିଯୋଗ କଣ ପାଇଁ କରୁନଥିଲେ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । କାଳିଆଙ୍କୁ ବ୍ୟବସାୟ ନା ଟଙ୍କା ନେବା ଦେବା କାରଵାରକୁ ନେଇ ଧମକ ମିଳୁଥିଲା ତାହା ଏବେ ତଦନ୍ତ ସାପେକ୍ଷ । କାଳିଆ କଣ ବ୍ୟବସାୟ କରୁଥିଲେ, ତାଙ୍କୁ କାହିଁକି କେହି ଧମକ ଦେଉଥିଲା ଏବଂ ତାଙ୍କର କେଉଁ ଲୋକଙ୍କ ସହ ଶତ୍ରୁତା ଥିଲା ତାହାକୁ ନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିବ । କାଳିଆ ଥାନା ମଧ୍ୟକୁ ଯିବା ପୁର୍ବରୁ ଯୋଜନାବଦ୍ଧ ଭାବେ କିରାସିନି ନେଇଥିଲେ ନା ଥାନା ବାହାରେ ତାଙ୍କର କେହି ବନ୍ଧୁ କିରାସିନି ଧରି ଅପେକ୍ଷା କରିଥିଲେ ଏହା ଏବେ ପୋଲିସର ତଦନ୍ତ କାମ । ଥାନାରେ ମୌଖିକ ଅଭିଯୋଗ ପରେ ପରେ ତୁରନ୍ତ ଥାନା ବାହାରକୁ ଆସି ସେ ନିଆଁ ଲଗାଇ ପୁଣି ଥାନା ମଧ୍ୟକୁ ପ୍ରବେଶ କରିବା ସହଜରେ ଗ୍ରହଣୀୟ ନୁହେଁ । ତେଣୁ ଏହା ଭିତରେ ଆଉ କିଛି ଲୁକ୍କାୟିତ ଘଟଣା ମଧ୍ୟ ଥାଇପାରେ । ଏହାକୁ ନେଇ ଆଜିଠାରୁ ପୋଲିସ ତଦନ୍ତ ଆରମ୍ଭ କରିବ । ତେବେ କାଳିଆ କିଛି ଦିନ ହେଲା ବାହାର ରାଜ୍ୟରେ ଥିଲେ ପୁଣି ସେଠାକୁ ଯିବା ପାଇଁ ଟିକେଟ କରି ସାରିଥିଲେ । ଏହି କିଛିଦିନ ମଧ୍ୟରେ ତାଙ୍କୁ କାହିଁକି କିଏ ଧମକ ଦେଉଥିଲେ ତାହା ବ୍ୟକ୍ତିଗତ ଶତ୍ରୁତା ନା ବ୍ୟବସାୟିକ ଶତ୍ରୁତା ନା ଟଙ୍କା କାରବାର ତାହା ଏବେ ପୋଲିସ ଖୋଜିବା ଆରମ୍ଭ କରି ଦେଇଛି । କାଳିଆ ଥାନା ମଧ୍ୟକୁ ଯାଇ ପୋଲିସକୁ ଭୟଭୀତ କରିବା ପାଇଁ କିରାସିନି ଢାଳିଵା ଉଦ୍ୟମ କରିବା ବେଳେ ଏହି ଅଘଟଣ ଘଟିଲା ନା ପୁର୍ବ ଯୋଜନା ମୁତାବକ ସେ ଥାନାକୁ ଆସିଥିଲେ ତାହା ପଦସ୍ଥ ଅଧିକାରୀ ମାନଙ୍କ ତଦନ୍ତରେ ଜଣା ପଡିବ । ବର୍ତ୍ତମାନ ଏ ନେଇ ଏକ ମାମଲା ଗୋଳନ୍ଥରା ଥାନାରେ ହେବ ଏହାପରେ ତଦନ୍ତ ଆରମ୍ଭ ହୋଇ ପ୍ରକୃତ ସତ୍ୟତା ଜଣାପଡିବ ବୋଲି କୁହାଯାଉଛି  ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା