ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଇସ୍ତାହାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ତ୍ରୀସ୍ତରୀୟ ପଂଚାୟତ ବ୍ୟବସ୍ଥା ଗ୍ରାମାଂଚଳ ବିକାଶ ପ୍ରକ୍ରିୟାର ଏକ ମୌଳିକ ଓ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଦେଶର ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ସହିତ ବିକାଶ ପ୍ରକିୟାରେ ଲୋକଙ୍କ ଭଗିଦାରୀତା ଏହାର ମୂଳ ଲକ୍ଷ୍ୟ ଥିଲା । ମାତ୍ର ଗାନ୍ଧିଜୀଙ୍କ ଗ୍ରାମ ସ୍ୱରାଜ ସ୍ୱପ୍ନ ସାକାର ହେବା ପରିବର୍ତ୍ତେ ଶାସକ ଦଳ କବ୍‌ଜାରେ ରହିଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ବାଲେଶ୍ୱର ଜିଲାର ଜଳେଶ୍ୱର ବିଧାନସଭା କ୍ଷେତ୍ରର ବରିଷ୍ଠ କଂଗ୍ରେସ ନେତା ଓ କର୍ମକର୍ତ୍ତାଙ୍କ ପକ୍ଷରୁ ସ୍ଥାନୀୟ ଶୋଭା କଲ୍ୟାଣ ମଣ୍ଡପଠାରେ ଆୟୋଜିତ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନୀ ଇସ୍ତାହାରକୁ ଦଳ ପକ୍ଷରୁ ଉନ୍ମୋଚନ କରାଯାଇଛି । ମୋଟ ୧୨ ଦଫା ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ଭୋଟର ନିକଟକୁ ଯିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସମ୍ବାଦିକ ମାନଙ୍କୁ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ୱଚ୍ଛ ଓ ଦୁର୍ନିତୀମୁକ୍ତ ପଂଚାୟତ ଗଢିବା, ଗ୍ରାମ ସଭା ଓ ପଲ୍ଲି ସଭା ବ୍ୟତିରେକ କୌଣସି ନିଷ୍ପତ୍ତ, ପ୍ରକଳ୍ପ, ଯୋଜନା ନ କରିବା, ସଡକ ନିର୍ମାଣ ଯୋଜନାକୁ ଠିକ୍‌ଭାବେ ରୂପାୟନ କରିବା ସହିତ ଏନ୍‌.ଆର୍‌.ଇ.ଜି.ଏସ୍ ଯୋଜନାରେ ସବୁ ଗାଁକୁ ସଡକ ପଥ ସଂଯୋଗ କରିବା, ସବୁ ଘରକୁ ସ୍ୱଚ୍ଛ ପାନୀୟ ଓ ପାଇଖାନା ଯୋଗାଇା, ଭୂମିହୀନଙ୍କୁ ଘର ଡିହ ଯୋଗାଇବା, ସାମାଜିକ ନିରାପତ୍ତା ପ୍ରତି ପ୍ରାଥମିକତା ଦେବା, ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ମହିଳା ମାନଙ୍କ ଦକ୍ଷତା ଭିତ୍ତିରେ ଆର୍ôଥକ ବିକାଶ କରିବା, ଆଦିବାସୀ ଓ ପଛୁଆବର୍ଗଙ୍କୁ ଉଚିତ ନ୍ୟାୟ ଯୋଗାଇବା, କୃଷି ଓ କୃଷକର ବିକାଶ କରିବା, ବିଭିନ୍ନ ସ୍ଥାନରେ ଉଦ୍‌ବୃତ୍ତ ଜଳ ଓ ବର୍ଷାପାଣିର ଉତ୍ତମ ନିଷ୍କାସନର ବ୍ରବସ୍ଥା କରିବା ସହିତ ଯୁବକ ମାନଙ୍କ କ୍ରୀଡା, ଖେଳକୁଦ ପାଇଁ ସୁଯୋଗ, ଦକ୍ଷତା ବିକାଶ, କୋଚିଂ ସେଣ୍ଟର କରାଯାଇ ସଶକ୍ତ କରାଯିବା କଂଗ୍ରେସ ପ୍ରତିଜ୍ଞାବଦ୍ଧ ବୋଲି ଇସ୍ତାହାରେ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସତ୍ୟସୁନ୍ଦର ଦାସ, ପୂର୍ବତନ ଟାଉନ୍ ସଭାପତି ରିଆଜ ଖାଁ, ଟାଉନ୍ ସଭାପତି ଗିରିଜା ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଜଗଦୀଶ ନନ୍ଦୀ, ୭ନଂ ଜୋନ ପ୍ରାର୍ôଥନୀ ମାଣିକ ମାରାଣ୍ଡି, ୮ନଂ ଜୋନ୍ ପ୍ରାର୍ଥୀ ସୁରାଇ ସରେନ୍‌, ୯ନଂ ଜୋନ୍ ପ୍ରାର୍ôଥନୀ ଅଂଜଳି ବେହେରା, ୧୦ନଂ ଜୋନ୍ ପ୍ରାର୍ôଥନୀ ଆଶାଲତା ଜେନା ପ୍ରମୁଖ ଯୋଗ ଦେଇ ଶାସକ ଦଳ ୪ର୍ଥ ଅର୍ଥ କମିଶନ ଟଙ୍କା ବିଭିନ୍ନ ସ୍ଥାନରେ ହରିଲୋଟ କରିଥିବାରୁ ଚଳିତ ନିର୍ବାଚନରେ ଅର୍ଥବଳ ଓ ବାହୁ ବଳ ଦେଖାଉଛି ବୋଲି କହିଥିଲେ । ବ୍ଲକ ସଭାପତି ରାଜୀବ ପରିଡା ଧନ୍ୟବାଦ ଅର୍ପଣ ସହିତ ଚଳିତ ନିର୍ବାଚନରେ ହିଂସା ଆଚରଣ ନ କରି ଶାନ୍ତିଶୃଙ୍ଖଳା ବଜାଇ ରଖିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା