ତୈଳ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ…

ବେଗୁନିଆପଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ଵାଚନ ମଣ୍ଡଳୀର ବେଗୁନିଆପଡ଼ା ବ୍ଲକ କଂଗ୍ରେସ ସଭାପତି ଭବାନୀ ପ୍ରସାଦ ଜେନା ଓରଫ ବୁଲାଙ୍କ ନେତୃତ୍ୱରେ ତୈଳ ଦର ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି ସାଙ୍ଗକୁ ଖାଉଟି ସାମଗ୍ରୀର ଦର ବୃଦ୍ଧି ପ୍ରତିବାଦରେ ବହୁ କଂଗ୍ରସ କର୍ମୀ ଆଜି ସୁମଣ୍ଡଳ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ବିକ୍ଷୋଭ କରିବା ସହ ମୋଦି ସରକାରଙ୍କ ମନମୁଖୀ ଶାସନକୁ କଦାପି ବରଦାସ୍ତ କରାଯିବ ନାହିଁ ଓ ଯେତେଦିନ ଯାଏ ଆଶାନୁ ରୂପକ ତୈଳ ଦର ନ କମିଛି ସେତେ ଦିନଯାଏ ଏ ଲଢେଇ ଜାରି ରହିବ ବୋଲି କହିଛନ୍ତି । ଏହି ଅବସରରେ ପାଣୁ ସାହୁ, ବାବୁ ସାମଲ, ନିବାସୀ ବାରିକ, ପବିତ୍ର ସାମନ୍ତରା, ମହେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଲୀପୁନ କୁମାର ଦୋରା, ପଦ୍ମ ମହାନ୍ତି, ପଦ୍ମ ପାଣ୍ଡି, ପ୍ରସନ୍ନ କୁମାର ରଥଙ୍କ ସମେତ ଶତାଧିକ କର୍ମୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା