ତେଲେଙ୍ଗାନା ସରକାରଙ୍କ କରୁଣା : ଓଡିଶାରୁ ଯାଇ ଫସିଥିବା ଦାଦନଙ୍କୁ ଯୋଗାଇଲେ ରନ୍ଧାଖାଦ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ସହିତ ବହୁ ଅଂଚଳର ଯୁବକ ଦାଦନ ଖଟିବାକୁ ତେଲେଙ୍ଗାନା ପ୍ରଦେଶର ବିଭିନ୍ନ ସ୍ଥାନକୁ ଯାଇଥିବା ବେଳେ କରୋନାର ତାଣ୍ଡବରେ ଲକ୍‌ଡାଉନର ଶୀକାର ହୋଇଛନ୍ତି । ଗତ କିଛିଦିନ ଧରି ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ଯୁବକମାନେ ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ଗତ ସୋମବାର ସେମାନଙ୍କୁ ତେଲେଙ୍ଗାନା ସରକାରଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି । ସେମାନେ ଅଟକିଥିବା ସ୍ଥାନର କାଉନ୍‌ସିଲର ଓ ନିଗମର ଭାଇସ୍ ଚେୟାରମାନ୍‌ଙ୍କୁ ଅଟକିଥିବା ବ୍ୟକ୍ତିମାନଙ୍କ ନେତୃତ୍ୱ ନେଉଥିବା ମନମୋହନ ଗିରି ତେଲେଙ୍ଗାନାର ରାଙ୍ଗାରେଡି ଜିଲାପାଳ ଓ ପୋଲିସ୍ କମତସନରଙ୍କୁ ଭେଟି ସେମାନଙ୍କ ଦୁର୍ଦ୍ଦଶା ସଂପର୍କରେ କହିଥିଲେ । ସେଠାକାର ଜିଲାପାଳ ଓଡିଶଷା ସରକାରଙ୍କ ସହ ଆଲୋଚନା କରି ୧୩୫ଜଣ ଦାଦନଙ୍କୁ ଖାଦ୍ୟ ପେୟର ବ୍ୟବସ୍ଥା କରିଛନ୍ତି । ପୁଣି କମ୍ପାନୀଠାରୁ ସେମାନଙ୍କ ପ୍ରାପ୍ୟ ଆଣିଦେବାରୁ ପ୍ରତିଶ୍ରୁତିଦେଇଥିବାରୁ ସେଠାକାରୁ କାଉନ୍‌ସିଲର ତଥା ଭାଇସ୍‌ ଚେୟାରମ୍ୟାନଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଦେଇଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା